ବାଲେଶ୍ବର: ଅଧ୍ୟାପକଙ୍କ ଦ୍ଵାରା ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଥିଲେ ଛାତ୍ରୀମାନେ । ବର୍ଷ ବର୍ଷ ଧରି ସେମାନେ ଏହି ନିର୍ଯାତନା ସହି ଆସୁଥିବାବେଳେ ବାଧ୍ୟ ହୋଇ ନ୍ୟାୟ ପାଇଁ ଶେଷରେ କଲେଜ ଅଧ୍ୟକ୍ଷ, ଆଇସିସିର ଆଶ୍ରୟ ନେଇଥିଲେ। ମାତ୍ର ଅଭିଯୋଗକୁ ପ୍ରାୟ ଏକ ମାସ ବିତିଥିଲେ ବି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନି। ତେଣୁ ଗୁରୁବାର ଏଫ୍ଏମ୍ କଲେଜର ପୀଡ଼ିତା ଛାତ୍ରୀମାନେ ଏନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ୨୧ ତାରିଖରୁ ଆଇସିସି ସମ୍ମୁଖରେ ୧୮ ଜଣ ଛାତ୍ରଛାତ୍ରୀ ଅଭିଯୋଗ କରିଥିବାବେଳେ ଏର୍ଯ୍ୟନ୍ତ କଲେଜ ଅଧ୍ୟକ୍ଷ କୌଣସି କର୍ଯ୍ୟାନୁଷ୍ଠାନ ନିର୍ଯାତନା ସମ୍ପର୍କରେ ମୁହଁ ଖୋଲିଲେ ଛାତ୍ରୀ।

ଏଫ୍ଏମ୍ କଲେଜ ଓଡ଼ିଆ ବିଭାଗର ପୂର୍ବତନ ଏଚ୍ଓଡି ଡ. ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଉକ୍ତ କଲେଜର ଓଡ଼ିଆ ବିଭାଗ ସ୍ନାତକୋତ୍ତର ଦ୍ବିତୀୟ ବର୍ଷର ୪ର୍ଥ ସେମିଷ୍ଟରର ଛାତ୍ରୀମାନେ ଅଭିଯୋଗ କରିଛନ୍ତି। କେଉଁଭଳି ପୂର୍ବତନ ଏଓଡି ଦୀର୍ଘଦିନ ଧରି ମାନସିକ ନିର୍ଯାତନା ଦେବା ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଆଳରେ କ୍ଳାସରେ ଘଣ୍ଟା ଘଣ୍ଟା ଅଟକାଇବା, ଘରକୁ ଡାକିବା, ବିଳମ୍ବିତ ରାତ୍ରିରେ ପ୍ରେମ ନିବେଦନ କରିବା, ବୁଲିବା ପାଇଁ ଚାନ୍ଦିପୁର ତାକୁଥିଲେ ତାହା ପ୍ରକାଶ କରିଛନ୍ତି।

କେବଳ ପିଜି ଛାତ୍ରୀମାନେ ନୁହନ୍ତି, ଯୁକ୍ତ ତିନି ପିଲାମାନେ ମଧ୍ୟ ଏସବୁର ସମ୍ମୁଖୀନ ହେଉଛନ୍ତି। ଏନେଇ ପ୍ରଥମେ ଗୋଟିଏ ବେନାମୀ ଚିଠିରେ ଅଭିଯୋଗ ଆସିଥିଲା। ପରେ ସ୍ନାତକୋତ୍ତର ବିଭାଗର ୧୮ଜଣ ଛାତ୍ରଛାତ୍ରୀ ଲିଖିତ ଏବଂ ପ୍ରମାଣ ସହିତ ୨୧ ତାରିଖ ଦିନ ଅଭିଯୋଗ କରିଥିଲେ। ଏହାପରେ ୨୨ ତାରିଖରେ ମଧ୍ୟ ଅଭିଯୋଗ ହୋଇଥିଲା। ଯେହେତୁ ମେ ୨ରେ ୪ର୍ଥ ସେମିଷ୍ଟର ଛାତ୍ରଛାତ୍ରୀଙ୍କର ଶେଷ ପ୍ରୋଜେକ୍ଟ ପେପର ପ୍ରଦାନ କରିବା ସମୟ; ତେଣୁ ସେମାନେ ଅପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। ଫଳରେ ସେହି ୨୧ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ୧୮ଜଣ ଛାତ୍ରଛାତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା।

ଇତିମଧ୍ୟରେ ୧୦ ଦିନ ବିତିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇନାହିଁ। ପୁନଃ ଉତ୍ତରପତ୍ର ଯାଞ୍ଚ ସହ ନିରପେକ୍ଷ ତଦନ୍ତ ପାଇଁ ପୂର୍ବତନ ଏଚଓଡିଙ୍କୁ ସିବିଆଇ ତଦନ୍ତଭୁକ୍ତ କରିବାକୁ ସେମାନେ ଗଣମାଧ୍ୟମ ସମ୍ମୁଖରେ ଦାବି କରିଛନ୍ତି । ଯେହେତୁ ଅଧ୍ୟକ୍ଷ ଦାୟିତ୍ଵରେ ଥିବା ତ. ଦାନେଶ ଚନ୍ଦ୍ର ଦାଶଙ୍କର ଗୁରୁବାର ଥିଲା ଶେଷ ଦିନ, ତେଣୁ କେମିତି ଶୀଘ୍ର ତଦନ୍ତ ହେବ ସେ ନେଇ ସେମାନେ ଚିନ୍ତା ବ୍ୟକ୍ତ କରିଛନ୍ତି।

ଆଇସିସି ସଦସ୍ୟ ତଥା ବରିଷ୍ଠ ସହାୟକ ପ୍ରଭାତ କୁମାର ମହାରଣାଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ସିଧାସଳଖ ଅଧ୍ୟକ୍ଷଙ୍କ ସହିତ କଥା ହେବାକୁ କହି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଅଧ୍ୟକ୍ଷ ତ. ଦାଶଙ୍କର ଗୁରୁବାର କାର୍ଯ୍ୟକାଳର ଶେଷ ଦିନ ଥିଲା। ହେଲେ ରାତି ସୁଦ୍ଧା କାର୍ଯ୍ୟରୁ ବିରତି ନେଇନଥିଲେ ବି ଏହି ଘଟଣାରେ ପ୍ରତିକ୍ରିୟା ନହେବା ପାଇଁ ବିଭିନ୍ନ ଆଳରେ ମନା କରିଦେଇଛନ୍ତି।