ନୂଆଦିଲ୍ଲୀ: ଯଦି ଆପଣ ଟାଟା ମୋଟର୍ସର ନୂଆ କାର୍ କିଣିବାକୁ ଚାହୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଜରୁରୀ। କାରଣ ଟାଟା ମୋଟର୍ସ ଜୁଲାଇ ପହିଲାରୁ ଏହାର ପାସେଞ୍ଜର ଗାଡ଼ିର ଦାମ୍ ବଢ଼ାଇବାକୁ ଘୋଷଣା କରିଛି। ଏହାର ପ୍ରଭାବ କମ୍ପାନିର ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ଇଲେକ୍ଟ୍ରିକ ସବୁ ଗାଡ଼ି ଉପରେ ଦେଖିବାକୁ ମିଳିବ।

କେତେ ବଢ଼ିବ ଦାମ୍ ?

କମ୍ପାନିର ସୂଚନା ଅନୁସାରେ, ଭିନ୍ନ ଭିନ୍ନ ମଡେଲ ଏବଂ ଭାରିଆଣ୍ଟ ହିସାବରେ ଦାମରେ ପ୍ରାୟ ୧.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଅବଶ୍ୟ ଏବେବି ସ୍ପଷ୍ଟ ହୋଇନାହିଁ ଯେ, କେଉଁ ମଡେଲରେ କେତେ ଦାମ୍ ବଢ଼ିବ ? ଏହାର ଅର୍ଥ ସବୁ କାର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିବ। ଏମିତିରେ ଯଦି ଟାଟା କାର୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜୁନ୍ ମାସ ଲାଭଦାୟକ ହୋଇପାରେ।

Also Read: ଇଥାନଲ ଇନ୍ଧନ ଉପରୁ ଏକ୍ସାଇଜ ଡ୍ୟୁଟି ପ୍ରତ୍ୟାହାର କଲେ ସରକାର, ଜାଣନ୍ତୁ କାହାକୁ ମିଳିବ ଅଧିକ ଫାଇଦା

କ’ଣ ରହିଛି କାରଣ ?

କମ୍ପାନି ଅନୁସାରେ, କାର୍ ତିଆରି ପାଇଁ ଖର୍ଚ୍ଚ ଲଗାତାର ବଢ଼ୁଛି। ଏଥିରେ ଅନେକ ସାମଗ୍ରୀ ଯେପରିକି- କଞ୍ଚାମାଲର ଦାମ୍ ବଢ଼ିବା, କାର୍ ପାର୍ଟସ ମହଙ୍ଗା ହେବା, ଫ୍ୟାକ୍ଟ୍ରି ଏବଂ ପ୍ରଡକ୍ସନ ଖର୍ଚ୍ଚ ବଢ଼ିବା, ଦୁନିଆରେ ସପ୍ଲାଏରେ ବାଧା। ଏହି ସବୁ କାରଣରୁ କମ୍ପାନିଙ୍କ ଖର୍ଚ୍ଚ ବଢ଼ୁଛି। ଫଳରେ ଗାଡ଼ି ଦାମ୍ ବଢ଼ାଯାଉଥିବା କମ୍ପାନି କହିଛି।