ମୁମ୍ବାଇ ୦୨।୦୯; ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ଅନେକ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିରହିଛନ୍ତି । ହେଲେ ତାଙ୍କର ପୁରୁଣା ସାକ୍ଷାତକାରଗୁଡ଼ିକ ଏବେ ସୋସିଆଲ ମିଡିଆରେ ବେଶ୍ ହଇଚଇ ସୃଷ୍ଟି କରୁଛି। ୨୧ ବର୍ଷ ତଳେ ଇମ୍ରାନ ହାସମୀଙ୍କ ସହ ଫିଲ୍ମ'ଆଶିକ୍ ବନାୟା ଆପନେ'ଜରିଆରେ ବଲିଉଡରେ ଧମାକାଦାର୍ ଡେବ୍ୟୁ କରିଥିଲେ ତନୁଶ୍ରୀ। ଏହି ସିନେମାରେ ଉଭୟଙ୍କ ଇନ୍ଟିମେଣ୍ଟ ସିନ୍ ସିନେମା ହଲ୍ରେ କମ୍ପନ ସୃଷ୍ଟି କରିଥିଲା। ହେଲେ ଏବେ ଏହି ଫିଲ୍ମର ସୁଟିଂ ଅଭିଜ୍ଞତାକୁ ନେଇ ତନୁଶ୍ରୀ ଯାହା କହିଛନ୍ତି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ!

ଭାଇରାଲ୍ ହେଉଥିବା ଭିଡିଓରେ ତନୁଶ୍ରୀ କହିଛନ୍ତି ଯେ, ଇମ୍ରାନ ଏବଂ ତାଙ୍କ ମଧ୍ୟରେ ବ୍ୟକ୍ତିଗତ ଭାବେ କିଛି ନଥିଲା। ବରଂ ଇମ୍ରାନଙ୍କ ସହ ସେମାନଙ୍କର କେମେଷ୍ଟ୍ରି ଜଣେ"ଭାଇ ଓ ଭଉଣୀ"ପରି ଥିଲା। ଯେତେବେଳେ କ୍ୟାମେରାରେ କିସ୍ କରନ୍ତି । ସେତେବେଳରେ କ୍ୟାମେରା ଫେସିଂ ଅଧିକ ଟେନସନ ଲାଗେ । ଏହା ବହୁତ ଟେକନିକାଲ ହୋଇଥାଏ । ଅନଲାଇନ୍ କିସିଂକୁ ଆପଣ ଉପଭୋଗ କରିପାରନ୍ତି ନାହିଁ ।

ତନୁଶ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଜଣେ ୟୁଜର୍ ଇମ୍ରାନ ହାସମୀଙ୍କ ପକ୍ଷ ନେଇ କହିଛନ୍ତି ଯେ, "ଇମ୍ରାନ ବାସ୍ତବ ଜୀବନରେ ଜଣେ ସଚ୍ଚୋଟ ଭଦ୍ରଲୋକ।" ଅନ୍ୟପକ୍ଷରେ, ବୋଲ୍ଡ ସିନ୍ ଦେଇସାରି ପୁଣି ତାହାକୁ 'ଭାଇ-ଭଉଣୀ'ର ସମ୍ପର୍କ ବୋଲି କହିଥିବାରୁ ଲୋକମାନେ ତନୁଶ୍ରୀଙ୍କୁ କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି।

ତନୁଶ୍ରୀଙ୍କ ବିଷୟରେ କହିବାକୁ ଗଲେ, ଗୋଟିଏ ସମୟ ଥିଲା ଯେତେବେଳେ ସେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜଗତ ଏବଂ ଚଳଚ୍ଚିତ୍ର ଶିଳ୍ପ ଉଭୟରେ ସେ ରାଜତ୍ୱ କରୁଥିଲେ। ହେଲେ #MeToo ବିବାଦ ତାଙ୍କ କ୍ୟାରିଅର ଉପରେ କ୍ଷତିକାରକ ପ୍ରଭାବ ପକାଇଥିଲା। ଯାହା ତାଙ୍କୁ ଚଳଚ୍ଚିତ୍ରରୁ ବିରତି ନେବାକୁ ବାଧ୍ୟ କରିଥିଲା।