ମୁନିଗୁଡ଼ା ୨୨।୦୩ : ତିନୋଟି ଘରେ ପଶିଗଲା ଆଲୁମିନିୟମ୍ ଟ୍ୟାଙ୍କର୍ । ରାୟଗଡ଼ା ସ୍ଥିତ ମୁନିଗୁଡା କନକ ପରମେଶ୍ଵରୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ବକ୍ସାଇଟ୍ ବୋଝେଇ ଟ୍ୟାଙ୍କର୍ ୩ଟି ଘର ଉପରେ ଓଲଟି ପଡ଼ିଲା । ତେବେ ୩ଟି ପରିବାରର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Also Read:- Weather Forecast : ମଙ୍ଗଳବାରଠୁ ରାଜ୍ୟରେ ଉପରମୁହାଁ ହେବ ତାତି, ୨ରୁ ୩ ଡିଗ୍ରୀ ବଢିବ ପାରଦ !

ଖବର ଅନୁଯାୟୀ, ରବିବାର ଭୋରରେ ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କର୍ ବିଶାଖାପାଟଣା ଠାରୁ ଝାରସୁଗୁଡା ଅଭିମୁଖେ ଯାଉଥିଲେ । ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କନକ ପରମେଶ୍ୱର ମନ୍ଦିର ନିକଟରେ ଘର ଭିତରକୁ ପଶିଯାଇଥିଲା । ୩ ଟି ଘରର କାନ୍ଥ ଓ ଆଜବେଷ୍ଟ ଓ ଆସବାବପତ୍ର ଭାଙ୍ଗି ନଷ୍ଟ ହୋଇଯାଇଛି।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। କେଉଁ ଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଦୁର୍ଘଟଣା କେତେ ଜଣ ଆହତ ହୋଇଛନ୍ତି । ସେନେଇ ଖୋଳତାଡ଼ କରୁଛି ପୋଲିସ ।

Also Read:- ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, କହିଲେ-୪୮ ଘଣ୍ଟା ଭିତରେ ହର୍ମୁଜ ପ୍ରଣାଳୀ କର ସ୍ବାଭାବିକ ନଚେତ୍‌...​​​​​​​