ଭୁବନେଶ୍ୱର ୨୨।୦୩ : ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟରେ ତାତି ବଢ଼ିପାରେ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି । ତେବେ ରବିବାର ଓ ସୋମବାର ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ରବିବାର ଦିନ ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ଦୁଇ ସ୍ଥାନରେ ଝଡ଼ ବର୍ଷାର ଅଧିକ ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୋମବାର ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

Also Read:-ଫାର୍ମବି ୟୁନିଟି ସବ୍‌ମିଟ୍ -୨୦୨୬ ଉଦଘାଟିତ, କାର୍ଯ୍ୟକ୍ରମରେ କମ୍ପାନିର ନୂଆ ଲୋଗୋ ଓ ପ୍ୟାକେଜିଂର ଉନ୍ମୋଚନ

ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହି ସବୁ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ଆକଳନ ରହିଛି ।

ଶନିବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ୍, ବରଗଡ଼ରେ ୩୪.୬, ଟିଟିଲାଗଡ଼ରେ ୩୪ଡିଗ୍ରୀ, ବଲାଙ୍ଗୀରରେ ୩୩.୮, ନୟାଗଡ, ଭବାନୀପାଟଣା, ଜଗତ୍ସିଂହପୁର ଓ ଖୋର୍ଦ୍ଧାରେ ୩୩.୫, ସୋନପୁରରେ ୩୩.୨ ଡିଗ୍ରୀ ରେକର୍ଡ ହୋଇଛି ।

Also Read:-LocalCircles report: ଦେଶର ୨୦% ଲୋକେ ବ୍ଲାକ୍‌ରେ କିଣୁଛନ୍ତି ଏଲ୍‌ପିଜି ସିଲିଣ୍ଡର; ଦେବାକୁ ପଡ଼ୁଛି ୪୦୦୦ରୁ ଅଧିକ