ନୂଆଦିଲ୍ଲୀ: ଆମେ ଦୈନନ୍ଦିନ ଜୀବନରେ କହୁଥିବା କିଛି ଏଭଳି ଶବ୍ଦ ଅଛି, ଯାହାର ଆଞ୍ଚଳିକ ଶବ୍ଦ ହୁଏତ ନାହିଁ । ଆମେ ଅନେକ ବିଦେଶୀ ଶବ୍ଦର ବ୍ୟବହାର କରୁଛନ୍ତି । ଯେମିତି ଟିଭି, ଫ୍ରିଜ୍, ମୋବାଇଲ୍ ଫୋନ୍ ଭଳି ଇଂରାଜୀ ଶବ୍ଦ । ଏଭଳି ଶବ୍ଦ ଆମ ଜୀବନ ଏବଂ ଭାବ ଆଦାନ ପ୍ରଦାନର ପ୍ରମୁଖ ଅଂଶ । କିନ୍ତୁ ଏବେ ଏହି ସବୁ ବିଦେଶୀ ଶବ୍ଦକୁ ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିବର୍ତ୍ତନ ଭାରତରେ ନୁହେଁ, ଆଫଗାନିସ୍ତାନର ତାଲିବାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଭାରତରେ ଏଭଳି ପରିବର୍ତ୍ତନର ଆବଶ୍ୟକତା ରହିଛି କି ?

ବିଦେଶୀ ଭାଷା ବ୍ୟାନ୍ !

ଆଫଗାନିସ୍ତାନର ତାଲିବାନ ସରକାର ଦେଶରେ ବ୍ୟବହୃତ ବିଦେଶୀ ଶବ୍ଦଗୁଡ଼ିକୁ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ସରକାରୀ ଏବଂ ପ୍ରଶାସନିକ ଭାଷାରେ ଟିଭି, ମୋବାଇଲ୍, ଟ୍ରେନ୍ ଏବଂ ଅନ୍ୟାନ୍ୟ ଶବ୍ଦଗୁଡ଼ିକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ତାଲିବାନ ନେତା ମୁଲ୍ଲା ହୈବତୁଲ୍ଲା ଆଖୁନ୍ଦଜାଦା ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ପରିବର୍ତ୍ତନର ପ୍ରକ୍ରିୟା ରବିବାରଠୁ କାର୍ଯ୍ୟକାରୀ ହୋଇଛି। ନ୍ୟାୟ ମନ୍ତ୍ରଣାଳୟର ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏଥିରେ ଶିକ୍ଷା, ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟ, ବିଜ୍ଞାନ ଏକାଡେମୀ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଅଛନ୍ତି । ଏହି କମିଟି ବିଦେଶୀ ଶବ୍ଦଗୁଡ଼ିକର ମୂଲ୍ୟାଙ୍କନ କରିବ ଏବଂ ଉପଯୁକ୍ତ ବିକଳ୍ପ ଲାଗି ପରାମର୍ଶ ଦେବ। ଏହି ନୂତନ ଶବ୍ଦଗୁଡ଼ିକ ପ୍ରଶାସନିକ ଏବଂ ସରକାରୀ ଦଲିଲରେ ବ୍ୟବହୃତ ହେବ।

Also Read: Check Name in Voter List 2026: ଭୋଟର ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ କେମିତି ଜାଣିବେ? ମୋବାଇଲ୍ରୁ ଏମିତି କରନ୍ତୁ ଚେକ୍

ପ୍ରତ୍ୟେକ ବିଭାଗ ପାଇଁ ଏକ ତାଲିକା ପ୍ରସ୍ତୁତ ହେବ

ଏହି କାର୍ଯ୍ୟରେ ତାଲିବାନ ସରକାରଙ୍କ ସମସ୍ତ ଏଜେନ୍ସିଗୁଡ଼ିକୁ ସହଯୋଗ କରିବାକୁ ପଡିବ। ପ୍ରତ୍ୟେକ ବିଭାଗ ବ୍ୟବହାର କରୁଥିବା ବିଦେଶୀ ଶବ୍ଦଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବାକୁ ପଡିବ ଏବଂ କମିଟିକୁ ଉପଯୁକ୍ତ ବିକଳ୍ପ ପ୍ରଦାନ କରିବାକୁ ହେବ। ଚୂଡ଼ାନ୍ତ ନିଷ୍ପତ୍ତି ମୁଲ୍ଲା ହୈବତୁଲ୍ଲା ଆଖୁନ୍ଦଜାଦା ନେବେ। ଅତୀତରେ ଆଫଗାନିସ୍ତାନରେ ଭାଷା ଶୁଦ୍ଧତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂର୍ବରୁ ଥିବା ନେତାମାନେ ବିଦେଶୀ ଶବ୍ଦଗୁଡ଼ିକୁ ହଟାଇବା ଏବଂ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଦେଇଥିଲେ। ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ ୨୦୧୨ ରେ ବିଦେଶୀ ଶବ୍ଦଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ।

ଇଂରାଜୀ ଶବ୍ଦ ଥିବା ବ୍ୟାନରଗୁଡ଼ିକ ହଟାଇ ଦିଆଯାଇଛି

ଗତ ପାଞ୍ଚ ବର୍ଷ ମଧ୍ୟରେ, ତାଲିବାନ ସରକାର ସହରରେ ବିଦେଶୀ ଶବ୍ଦକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଆସିଛନ୍ତି । ପ୍ରମୁଖ ସହରଗୁଡ଼ିକରେ ଇଂରାଜୀ ଶବ୍ଦର ବ୍ୟବହାର ଉପରେ ପ୍ରାୟତଃ ରୋକ ଲଗାଇ ଦିଆଯାଇଛି। ହେଲେ ଏବେ ପ୍ରତ୍ୟେକ ସ୍ତରରେ ବିଦେଶୀ ଭାଷାର ବ୍ୟବହାର ଉପରେ ରୋକ ଲଗାଇବାକୁ ତାଲିବାନ ସରକାର ଯୋଜନା କରିଛନ୍ତି । ଏହା ଦ୍ବାରା ଦେଶର ସଂସ୍କୃତିକୁ ବଳ ମିଳିବ ବୋଲି ଆଫଗାନିସ୍ତାନ ଲକ୍ଷ୍ୟ ରଖିଛି । ସମସ୍ତ ସରକାରୀ ଡକ୍ୟୁମେଣ୍ଟ ଏବଂ ପ୍ରଶାସନିକ କାର୍ଯ୍ୟରେ ନୂତନ ଶବ୍ଦର ବ୍ୟବହାର ଏବେ ବାଧ୍ୟତାମୂଳକ ହେବ।