ଭୁବନ ୧।୩: ଭିଣୋଇଙ୍କୁ ଘରୁ ଡାକିନେଲେ । କ'ଣ କାମ ଥିଲା କିଛି କହିଲେନି । ନିଜେ ଘରକୁ ଫେରିଆସିଲେ । ବିଳମ୍ବିତ ରାତିରେ ଗାଁରେ ବୁଲୁଥିଲେ । ଭିଣୋଇଙ୍କ ଘର ଲୋକ ଦେଖି ପଚାରିଲେ । ହେଲେ ଶାଳକ କିଛି କରିଲେନି । ତାଙ୍କ ଠାରୁ ସଠିକ୍ ଉତ୍ତର ନପାଇ ଘର ଲୋକଙ୍କ ଅକଲ ଗୁଡୁମ୍ । କୁଆଡ଼େ ଗଲେ ତାଙ୍କ ପୁଅ ଚିନ୍ତାରେ ପଡିଗଲେ ପରିବାର । କ'ଣ କରିବେ କିଛି ବାଟ ଦେଖାଗଲାନି । ଗାଁ ଲୋକଙ୍କୁ ସାଙ୍ଗରେ ଧରି ଖୋଜିବାକୁ ବାହାରିଲେ । ଆଉ ପଡ଼ୋଶୀ ଗାଁ ପୋଲ ତଳେ ଯାହା ଦେଖିଲେ ବିଶ୍ବାସ କରିପାରିଲେନି । ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ଭିଡ଼ ଲାଗିଲା । ରବିବାର ବିଳମ୍ବିତ ରାତିରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମର୍ଥାପୁର ପଞ୍ଚାୟତ ଓଢ଼ଣା ଗାଁରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା ।

ଏ ଖବର ବି ପଢ଼ନ୍ତୁ:- ମର୍ଣ୍ଣିଂ ଓ୍ୱାର୍କରେ ଯାଉଥିଲେ, ଦ୍ରୁତ ଗାଡ଼ି ନେଇଗଲା ତିନି ଜୀବନ

ସୂଚନାଯୋଗ୍ୟ ଯେ, ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ୩୬ ବର୍ଷ ବୟସ୍କ ବିମଳ ମଲ୍ଲିକଙ୍କୁ ତାଙ୍କ ଶାଳକ ସିପୁନ ମଲ୍ଲିକ ରବିବାର ସନ୍ଧ୍ୟା ସମୟରେ ଘରୁ ଡାକିନେଇ ଥିଲେ । ପରିବାର ଲୋକଙ୍କୁ ଏଇଠୁ ଆସୁଛି କହି ଘରୁ ଶାଳକ ସହ ବାହାରିଯାଇଥିଲେ ବିମଳ । ଉଭୟ ସାଙ୍ଗ ହୋଇ ଯାଇଥିବା ବେଳେ ଗାଁକୁ କେବଳ ସିପୁନ ଫେରିଆସିଥିଲେ । ହେଲେ ବିମଳ ଆଉ ଘରକୁ ଫେରିନଥିଲେ । ବିଳମ୍ବିତ ରାତିରେ ସିପୁନଙ୍କୁ ଗାଁରେ ବୁଲୁଥିବା ଦେଖି ବିମଳ କୁଆଡେ ଗଲା ବୋଲି ଘରଲୋକ ପ୍ରଶ୍ନ କରିଥିଲେ । ହେଲେ ଏନେଇ ସିପୁନଙ୍କ ଠାରୁ କିଛି ସଠିକ୍ ଉତ୍ତର ମିଳିନଥିଲା । ଯାହା ଫଳରେ ଘରଲୋକ ଚିନ୍ତାରେ ପଡ଼ିଯାଇଥିଲେ । ପରିବାର ଲୋକ ଗ୍ରାମବାସୀଙ୍କୁ ନେଇ ବିମଳଙ୍କୁ ଖୋଜିବାକୁ ବାହାରି ପଡ଼ିଥିଲେ । ବହୁ ଖୋଜାଖୋଜି କରିବା ପରେ ପାଖ ଓଢ଼ଣା ଗାଁ ନିକଟ ପୋଲ ତଳେ ସନ୍ଦେହଜନକ ଭାବରେ ବିମଳ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ ।

​​​​​​​

ଏ ଖବର ବି ପଢ଼ନ୍ତୁ:- Rajyasabha Race: ଚତୁର୍ଥ ଆସନକୁ ନେଇ ଛକାପଞ୍ଝା, ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି

ବିମଳଙ୍କୁ ଏଭଳି ଅବସ୍ଥାରେ ପଡ଼ିଥିବା ଦେଖି ଭୁବନ ପୋଲିସକୁ ଖବର ଦେଖିଥିଲେ ପରିବାର ଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କୌଣସି କାରଣକୁ ନେଇ ବିମଳଙ୍କୁ ହତ୍ୟା କରାଯାଇଥିବା ଭୁବନ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ସୋମବାର ଶବ ବ୍ୟବଚ୍ଛେଦ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ନେଇ ଜଣାପଡିଛି ।