ନୂଆଦିଲ୍ଲୀ: ୧୨ ଅଗଷ୍ଟ, ୨୦୨୬ରେ ଆକାଶରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ଏକ ବଳୟକାର ସୂର୍ଯ୍ୟଗ୍ରହଣ ଲାଗିବ। ଯାହାକୁ “ରିଙ୍ଗ ଅଫ୍ ଫାୟାର” ମଧ୍ୟ କୁହାଯାଏ। ଏହି ସମୟରେ ସୂର୍ଯ୍ୟକୁ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଢାଙ୍କିବ ନାହିଁ। ଯାହା ଫଳରେ ଏହା ଏକ ଉଜ୍ଜ୍ୱଳ ଅଗ୍ନି ବଳୟ ପରି ଦେଖାଯିବ। ଏହି ଗ୍ରହଣକୁ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଜ୍ୟୋତିଷଙ୍କ ଅନୁସାରେ ଏହି ଗ୍ରହଣ କର୍କଟ ରାଶି ଏବଂ ଅଶ୍ଳେଷା ନକ୍ଷତ୍ରରେ ହେବ। ତେଣୁ ଏହି ସମୟରେ ଲୋକଙ୍କ ମନୋଭାବ ଦ୍ରୁତ ଗତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅନେକ ପୁରୁଣା ସମ୍ପର୍କ କିମ୍ବା ଅତୀତର ଘଟଣା ଉପରେ ଧ୍ୟାନ ଦେଇପାରନ୍ତି। କିଛି ଲୋକ ତୁରନ୍ତ ନୂଆ କରିବାକୁ ମନ ବି ବଳାଇ ପାରନ୍ତି।

କେବେ ଲାଗିବ ସୂର୍ଯ୍ୟଗ୍ରହଣ?

ଏହି ସୂର୍ଯ୍ୟଗ୍ରହଣ ୧୨ ଅଗଷ୍ଟ, ୨୦୨୬ ରାତି ୯:୦୪ ରେ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ ସକାଳ ୪:୨୫ ପର୍ଯ୍ୟନ୍ତ ଚାଲିବ। ଏହାର ମୁଖ୍ୟ ପର୍ଯ୍ୟାୟ ପ୍ରାୟ ୬ ମିନିଟ୍ ୨୩ ସେକେଣ୍ଡ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଉଛି। ଯାହା ସବୁଠାରୁ ଲମ୍ବା ଗ୍ରହଣ ହେବ।

ତେବେ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଫଳସ୍ୱରୂପ ସୂତକ ସମୟ ବୈଧ ହେବ ନାହିଁ। ଏହାର ଅର୍ଥ ହେଉଛି ଧାର୍ମିକ ରୀତିନୀତି କିମ୍ବା ଦୈନନ୍ଦିନ କାର୍ଯ୍ୟକଳାପ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

 

କେଉଁ ରାଶି ଉପରେ ପ୍ରଭାବ ପଡ଼ିବ ?

କର୍କଟ, ବିଚ୍ଛା, ମୀନ- ଏହି ରାଶିର ଲୋକମାନେ ସେମାନଙ୍କ ଆବେଗ ଓ ସମ୍ବେନ୍ଦନଶୀଳତାକୁ ନେଇ ଟିକେ ସମ୍ଭାଳି ରହିବାକୁ ପଡ଼ିବ। ତରବର ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମେଷ ଓ ସିଂହ- ଏହି ରାଶିର ଲୋକଙ୍କ ପାଇଁ ଏହି ସମୟ ନୂଆ ଆରମ୍ଭ ନେଇ ଆସିବ। ଚାକିରି, କରିୟର ଓ ବ୍ୟକ୍ତିଗତ ଜୀବନରେ ଅନେକ ସୁଯୋଗ ମିଳିବ।

ତୁଳା ଓ ମକର- ଏହି ରାଶିର ବ୍ୟକ୍ତି ଟଙ୍କା ଓ ସଂପର୍କ ସହିତ ଜଡ଼ିତ ମାମଲାରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

Also Read- Vastu tips: ଆପଣଙ୍କ ଘରର ମୁଖ୍ୟଦ୍ୱାରରେ ଏହି ଜିନିଷ ରଖିଛନ୍ତି କି ? ଜାଣି ରଖନ୍ତୁ ଯେ ଆପଣ ଦାରିଦ୍ର୍ୟକୁ ନିମନ୍ତ୍ରଣ କରୁଛନ୍ତି...