ନୂଆଦିଲ୍ଲୀ: କେନ୍ଦ୍ରୀୟ ସଚିବାଳୟ ଲାଇବ୍ରେରୀ(ସେଣ୍ଟ୍ରାଲ ସେକ୍ରେଟାରିଏଟ ଲାଇବ୍ରେରୀ)ର ରକ୍ଷଣାବେକ୍ଷଣକୁ ନେଇ ସୋମବାର କେନ୍ଦ୍ର ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ୧୩୫ ବର୍ଷ ପୁରୁଣା ଏହି ଲାଇବ୍ରେରୀର ଉଚିତ୍ ପରିଚାଳନା ହୋଇ ପାରୁ ନ ଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁସ୍ତକକୁ କିଛି ତ ସମ୍ମାନ ଦେବାକୁ ସରକାରଙ୍କୁ ଦେଇଛନ୍ତି ଉପଦେଶ ।

ଏହି ଐତିହାସିକ ଲାଇବ୍ରେରୀରେ ୮.୫  ଲକ୍ଷରୁ ଅଧିକ ପୁସ୍ତକ ରହିଛି। ଏହାକୁ ନୂଆ ସେଣ୍ଟ୍ରାଲ ଭିଷ୍ଟା ଯୋଜନା ଆଧାରରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଲାଇବ୍ରେରୀ ସହ ହେଉଥିବା ଏପରି ବ୍ୟବହାର ଏବଂ ପଦକ୍ଷେପ ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରି ସରକାର ପୁସ୍ତକର ସମ୍ମାନ କରନ୍ତୁ ବୋଲି କହିଛନ୍ତି ଅଦାଲତ।

Also Read: ଏବେ ସରକାରୀ ଠିକାରେ ଅସାଧାରଣ ଭାବେ କମ୍ ମୂଲ୍ୟର ବୋଲି ଲଗାଉଥିବା କମ୍ପାନୀର ହେବ ଯାଞ୍ଚ

କୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଯଦି ଆପଣଙ୍କୁ ଏହି ପୁସ୍ତକର ଆବଶ୍ୟକତା ନାହିଁ ତେବେ ଏହାକୁ ଅନ୍ୟ ଦେଶକୁ ଦେଇ ଦିଅନ୍ତୁ, ଯିଏ ଏହାର ଉଚିତ୍ ଯତ୍ନ ନେଇ ପାରିବେ। ଏହା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ଆଡ଼େ ପୁସ୍ତକର ସ୍ତାନାନ୍ତର ହୋଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀର ୧୩୫ ବର୍ଷ ପୁରୁଣା ‘ସେଣ୍ଟ୍ରାଲ ସେକ୍ରେଟେରିଏଟ ଲାଇବ୍ରେରୀ’କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଘଟଣାରେ ଅକ୍ଟୋବର ୪ରେ ନିଜ ଆଡ଼ୁ ହସ୍ତକ୍ଷେପ କରିଥିଲେ ସୁପ୍ରିମକୋର୍ଟ। ୮.୫ ଲକ୍ଷରୁ ଅଧିକ ପୁସ୍ତକର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ବର୍ତ୍ତମାନ ଶାସ୍ତ୍ରୀ ଭବନରେ ରହିଛି ଲାଇବ୍ରେରୀ

ଏହି ଲାଇବ୍ରେରୀ ବର୍ତ୍ତମାନ ଶାସ୍ତ୍ରୀ ଭବନରେ ରହିଛି। ମାତ୍ର ସେଣ୍ଟ୍ରାଲ ଭିଷ୍ଟା ପୁନର୍ବିକାଶ ପ୍ରକଳ୍ପ ଆଧାରରେ ଏହି କୋଠାକୁ ଭଙ୍ଗାଯାଉ ଥିବାରୁ ଲାଇବ୍ରେରୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ତେବେ ନୂଆ ଯୋଜନାରେ ଲାଇବ୍ରେରୀ ପାଇଁ କୌଣସି ଉପଯୁକ୍ତ ସ୍ଥାନ ଦିଆଯାଉ ନ ଥିବା ଖବର ପ୍ରକାଶ ପାଇବା ପରେ ଏଥିରେ ହସ୍ତକ୍ଷେପ କରିଥିଲେ ସୁପ୍ରିମକୋର୍ଟ।

Also Read: ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ ! ସରକାରଙ୍କ ବଡ଼ ପ୍ରସ୍ତୁତି

ଏହି ମାମଲାରେ ଅକ୍ଟୋବର ୩ ତାରିଖରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରି ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୀର୍ଷକ ରହିଥିଲା, ‘୧୩୫ ବର୍ଷ ପୁରୁଣା ଲାଇବ୍ରେରୀ, ୮.୫ ଲକ୍ଷ ପୁସ୍ତକ ଏବଂ ନୂଆ ସେଣ୍ଟ୍ରାଲ ଭିଷ୍ଟା ଯୋଜନାରେ ମିଳିଲାନି ସ୍ଥାନ’। ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ଅକ୍ଟୋବର ୫ ତାରିଖରେ ଏହି ମାମଲାର ଶୁଣାଣି କରିବାର ଥିଲା।