ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଏକ ପିଟିସନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏହି ପିଟିସନ ବମ୍ବେ ହାଇକୋର୍ଟଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ କରୁଛି ଯେଉଁଥିରେ ଗ୍ୟାଙ୍ଗଷ୍ଟର ଶୋହରାବୁଦ୍ଦିନ ଶେଖ୍, ତାଙ୍କ ପତ୍ନୀ କୌଶର ବି ଓ ସାଥୀ ତୁଲସୀରାମ ପ୍ରଜାପତି ସମ୍ପର୍କିତ ୨୦୦୫ ମସିହାର କଥିତ ଫେକ୍ ଏନକାଉଣ୍ଟର ମାମଲାରେ ୨୧ ପୋଲିସ କର୍ମଚାରୀଙ୍କ ସମେତ ୨୨ ଅଭିଯୁକ୍ତଙ୍କୁ ମୁକ୍ତି କରିଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ବେଞ୍ଚ ଶୋହରାବୁଦ୍ଦିନଙ୍କ ଭାଇ ନୟାବୁଦ୍ଦିନ ଶେଖଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି।

ଏହି ଆବେଦନରେ ବମ୍ବେ ହାଇକୋର୍ଟଙ୍କ ୭ମେ ରାୟକୁ ଚ୍ୟାଲେଞ୍ଜ କରାଯାଇଛି ଯେଉଁଥିରେ ଅଭିଯୁକ୍ତମାନଙ୍କୁ ମୁକ୍ତ କରିବା ଉଚିତ ବୋଲି କୁହାଯାଇଥିଲା। ବେଞ୍ଚ ସଂକେତ ଦେଇଛନ୍ତି ଯେ ସେ ମୁକ୍ତି ସମ୍ପର୍କିତ ବଛାବଛା ସାକ୍ଷଙ୍କ ବୟାନ ଯାଞ୍ଚ କରିବେ। ସିଜେଆଇ କହିଛନ୍ତି ଯେ ଆମେ କିଛି ସାକ୍ଷଙ୍କ ବୟାନ ଦେଖିବାକୁ ଚାହିଁବୁ। ଏଣୁ ଆପଣଙ୍କୁ ଯେଉଁ ୩/୪ ଜଣ ସାକ୍ଷଙ୍କ ବୟାନ ଜରୁରି ଲାଗୁଛି ତାହା ଆମକୁ ଦିଅନ୍ତୁ। ଆମେ ମୁକ୍ତି ନିଷ୍ପତ୍ତିକୁ ଯାଞ୍ଚ କରିବୁ। ବେଞ୍ଚ ସଂକେତ ଦେଇଛନ୍ତି ଯେ ଅଭିଯୁକ୍ତଙ୍କ ମୁକ୍ତି ସମ୍ପର୍କିତ ବଛାବଛା ସାକ୍ଷଙ୍କ ବୟାନ ଯାଞ୍ଚ କରିବେ।

ସିଜେଆଇ କହିଛନ୍ତି ଯେ ଆମେ କିଛି ସାକ୍ଷଙ୍କ ବୟାନ ଦେଖିବାକୁ ଚାହିଁବୁ, ଆମେ ରେକର୍ଡ ମାଗୁ ନାହୁଁ। ତୁମେ ଯେଉଁ ବୟାନ ଗୁରୁତ୍ୱପୂର୍ଣ୍ଣ ମନେ କରୁଛ ଆମକୁ ଦିଅ। ଆମେ ନିର୍ଦ୍ଦେଷରେ ମୁକ୍ତ ହେବା ମାମଲାର ଯାଞ୍ଚ କରିବୁ। ସେହିପରି ଜଷ୍ଟିସ୍ ବାଗଚୀ କହିଛନ୍ତି ଯେ ଅଭିଯୋଜନ ପକ୍ଷର ୯୨ ସାକ୍ଷ ଓହରି ଯିବା ଏକ ଏପରି ମାମଲା ଯାହାର ବିଚାର ଜରୁରି। ଖାସ କରି ଏହା ଦେଖିବାକୁ ଯେ ଟ୍ରାୟଲ ନିରପେକ୍ଷ ଓ ନ୍ୟାୟପୂର୍ଣ୍ଣ ଥିଲା ତ? ଜଷ୍ଟିସ୍ ବାଗଚୀ କହିଛନ୍ତି ଯେ ୯୨ ଜଣ ସାକ୍ଷୀ ଓହରି ଯିବା ବାସ୍ତବିକ ଚିନ୍ତାଯୋଗ୍ୟ।

ମାମଲା କ’ଣ?
ଏହି ମାମଲାରେ ମୁକ୍ତ ହୋଇଥିବା ୨୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୧ ଜଣ ଗୁଜରାଟ ଓ ରାଜସ୍ଥାନ ପୋଲିସର ଅଧିକାରୀ ଥିଲେ। ବାକି ଅଭିଯୁକ୍ତ ଜଣକ ଗୁଜରାଟର ଏକ ଫାର୍ମ ହାଉସ୍ ମାଲିକ। ପ୍ରସିକ୍ୟୁସନ ଅନୁସାରେ ଯେଉଁଠି ସୋହରାବୁଦ୍ଦିନ ଓ କୌସର ବିକୁ ବେଆଇନ ଭାବେ ଅଟକ ରଖାଯାଇଥିଲା। ପ୍ରସିକ୍ୟୁସନ ପକ୍ଷଙ୍କ ଅନୁସାରେ ଶୋହରାବୁଦ୍ଦିନ ତାଙ୍କ ପତ୍ନୀ କୌସର ବି ଓ ବନ୍ଧୁ ତୁଲସୀରାମ ପ୍ରଜାପତି ବସ୍ ଯୋଗେ ହାଇଦ୍ରାବାଦରୁ ମହାରାଷ୍ଟ୍ରର ସାଙ୍ଗଲୀ ଯାଉଥିଲେ। ସେତେବେଳେ ୨୨ ଓ ୨୩ ନଭେମ୍ବର ୨୦୦୫ ରାତିରେ ଏକ ପୋଲିସ ଟିମ୍ ସେମାନଙ୍କୁ କଥିତ ରୂପେ ଗିରଫ କରିଥିଲା।

କୁହାଯାଉଛି ଯେ ଏହି ଦମ୍ପତ୍ତି ଓ ପ୍ରଜାପତିଙ୍କୁ ଅଲଗା ଅଲଗା ଗାଡିରେ ନିଆଯାଇଥିଲା। ସିବିଆଇ ଅନୁସାରେ ଶୋହରାବୁଦ୍ଦିନ ହତ୍ୟା ଅହମଦାବାଦ ନିକଟରେ ୨୬ ନଭେମ୍ବର ୨୦୦୫ରେ ଗୁଜରାଟ ଓ ରଜାସ୍ଥାନ ପୋଲିସ ମିଳିତ ଏନକାଉଣ୍ଟରରେ ହୋଇଥିଲା। ଅଭିଯୋଗ ଏହାବି ହୋଇଛି ଯେ ଘଟଣାର ୩ ଦିନ ପରେ କୌସର ବିକୁ ମଧ୍ୟ ହତ୍ୟା କରିଦିଆଯାଇଥିଲା। ପ୍ରଜାପତି ଯାହାଙ୍କୁ ଉଦୟପୁର ଜେଲରେ ରଖା ଯାଇଥିଲା ଓ କଥିତ ଏନକାଉଣ୍ଟରର ମୁଖ୍ୟ ସାକ୍ଷୀ ମନେ କରାଯାଉଥିଲା ତାଙ୍କୁ ୨୭ ଡିସେମ୍ବର ୨୦୨୬ରେ ଗୁଜରାଟ-ରାଜସ୍ଥାନ ସୀମାବର୍ତ୍ତି ସ୍ଥାନରେ ପୋଲିସ ଏନକାଉଣ୍ଟରରେ ହତ୍ୟା କରାଯାଇଥିଲା।