ଅନେକ ବଲିଉଡ୍ ଷ୍ଟାର ଅଛନ୍ତି, ଯେଉଁମାନେ ତମାଖୁ ଏବଂ ମଦ୍ୟପାନ ବ୍ରାଣ୍ଡକୁ ସପୋର୍ଟ କରନ୍ତି। ଯାହାକୁ ନେଇ ବହୁ କଣ୍ଟ୍ରୋର୍ଭସି ସୃଷ୍ଟି ହୋଇଛି। ଏହି ବିଜ୍ଞାପନ ଗୁଡ଼ିକ ଯଥେଷ୍ଟଆୟ ମିଳୁଥିବା ବେଳେ,ଏହା ସୋସିଆଲ ମିଡିଆ ଟ୍ରୋଲିଂକୁ ମଧ୍ୟ ଆକର୍ଷିତ କରେ। ଲୋକମାନେ ଯୁକ୍ତି ଦିଅନ୍ତି ଯେ ସାର୍ବଜନୀନ ବ୍ୟକ୍ତି ଭାବରେ,ଷ୍ଟାରମାନେ ଦାୟୀ ହେବା ଉଚିତ। ବିଶେଷକରି ଯୁବପିଢ଼ି ଉପରେ ସେମାନଙ୍କର ପ୍ରଭାବକୁ ବିଚାର କରାଯାଏ। ବଲିଉଡ୍ ଅଭିନେତା ସୁନୀଲ ଶେଟ୍ଟି କୋଟି କୋଟି ଟଙ୍କାର ଏକ ତମାଖୁ ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେକହିଛନ୍ତି ଏଭଳି ଜିନିଷକୁ ପ୍ରମୋଟ କରିବେନି... ଯାହା ଉପରେ ସେ ବିଶ୍ୱାସ ରଖନ୍ତି ନାହିଁ।

କାହିଁକି ତମାଖୁ ବିଜ୍ଞାପନକୁ କଲେ ରିଜେକ୍ଟ ?

ସୁନୀଲ ଜଣେ ବଲିଉଡ ଅଭିନେତା ଯିଏ କେବେ ତମାଖୁ ବ୍ରାଣ୍ଡର ପ୍ରଚାର କରିନାହାଁନ୍ତି। ଏଥିପାଇଁ ତାଙ୍କୁ ପ୍ରଚୁର ପରିମାଣର ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା। ସେଏକ ପଡକାଷ୍ଟରେ ଏହାର ଖୁଲାସା କରିଥିଲେ। ସୁନୀଲ କହିଥିଲେ, "ମୁଁ ମୋ ସ୍ୱାସ୍ଥ୍ୟକୁ ନେଇକୃତଜ୍ଞ। ମୋ ଶରୀର ମୋତେ ଚଳଚ୍ଚିତ୍ର ବ୍ୟବସାୟରେ ଏକ ସୁଯୋଗ ଦେଇଛି। ଯଦି ମୁଁ ଏହାକୁ ମୋର ପୂଜାସ୍ଥଳ ଭାବରେ ନ ଭାବିବି,ତେବେ ମୁଁ ନିଜକୁ ଅପମାନିତ କରିବି।" ସେ ଆହୁରି କହିଥିଲେ, "ମୋତେ୪୦କୋଟି ଟଙ୍କାର ଏକ ତମାଖୁ ବିଜ୍ଞାପନ ପ୍ରଦାନ କରାଯାଇଥିଲା। ମୁଁ ସେମାନଙ୍କୁ କହିଥିଲି, 'ତୁମେ କ'ଣ ଭାବୁଛ ମୁଁ ଫସିଯିବି ? ମୁଁ ଫସିବି ନାହିଁ। ହୁଏତ ଟଙ୍କାର ଆବଶ୍ୟକତା ଥିଲା,କିନ୍ତୁ ନା। ମୁଁ ଏପରି କିଛି କରିବି ନାହିଁ ଯାହା ଉପରେ ମୁଁ ବିଶ୍ୱାସ କରେ ନାହିଁ। କାରଣ ଏହା ଆହାନ,ଆଥିୟା ଏବଂ ରାହୁଲଙ୍କୁ ସମସ୍ତଙ୍କୁ ଖରାପ କରିବ।'ଏହା ପରେ,ମୋତେ କେହି କିଛି ଅଫର କରି ନାହାଁନ୍ତି।"

ସୁନୀଲ ଶେଟ୍ଟୀଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ତମାଖୁ ବ୍ରାଣ୍ଡକୁ ସମର୍ଥନ କରିବାକୁ ମନା କରିସାରିଛନ୍ତି। ଅନ୍ୟପକ୍ଷରେ,ଅକ୍ଷୟ କୁମାର ଏବଂ ଅଜୟ ଦେବଗନ ପାନ ମସଲା ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ ଟ୍ରୋଲିଂର ସମ୍ମୁଖୀନ ହୋଇଛନ୍ତି। ସୋସିଆଲ ମିଡିଆ ୟୁଜର୍ସଏବଂ ପ୍ରଶଂସକମାନେ ଯୁକ୍ତି ଦେଇଛନ୍ତି ଯେ ଅକ୍ଷୟ,ଜଣେ ଫିଟନେସ୍ ଲଭର,ତାଙ୍କୁ ତମାଖୁ ଆଡ୍ କରିବା ଉଚିତ୍ ନୁହେଁ