ଭୁବନେଶ୍ୱର: ବିଜୁ ଜନତା ଦଳରେ ସୁଜାତା ରାଉତ । ଭାରତୀୟ ପ୍ରାଶାସନିକ ସେବାରୁ ଅବସର ନେବାର କିଛି ମାସ ପରେ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ ସୁଜାତା ରାଉତ । ସରକାରୀ ଚାକିରି କାଳରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରଙ୍କ ଅଧିନରେ ୨୪ ବର୍ଷ ଓଡ଼ିଶାର ସେବା କରିଥିବା ସୁଜାତା ରାଉତ ଏବେ ଆରମ୍ଭ କରିଛନ୍ତି ନୂଆ ଇନିଂସ । ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେବା ପରେ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଣି ଥରେ ସେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ଲାଭ କରିଛନ୍ତି ।

ତେବେ ସବୁଠୁ ବଡ଼ କଥାଟି ହେଲା ସୁଜାତା ରାଉତଙ୍କ ବିଜେଡି ଏଣ୍ଟ୍ରିର ଖବର ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ । ଭଳିକି ଭଳି ଥମ୍ୱ, ହେଡିଂ ଆଉ ସ୍ଲୋଗାନର ପୋଷ୍ଟ । ବୁଧବାର ୨୪ ଜୁନରୁ ହିଁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ସୁଜାତା ରାଉତଙ୍କ ଖବର । ସୋସିଆଲ୍ ମିଡିଆରେ କେବଳ ଖବର ନୁହେଁ, ଭିଡିଓ ଆଉ ସ୍ୱାଗତ-ପ୍ରଶଂସାର ମାଳ ମାଳ ପୋଷ୍ଟ ।