• ପେଣ୍ଟାଗନ ପିଜ୍ଜା ଇଣ୍ଡେକ୍ସ ଏକ ଚର୍ଚ୍ଚିତ ସିଦ୍ଧାନ୍ତ
  • ପ୍ରତିରକ୍ଷା ବିଭାଗ ଆଖପାଖରେ ପିଜା ଅର୍ଡର ଅଚାନକ ବୃଦ୍ଧି ଆଗାମୀ ସୈନ୍ୟ ଗତିବିଦ୍ଧିର ସଂକେତ
  • ସୋଭିଏତ ପର୍ଯ୍ୟବେକ୍ଷକ ୱାସିଂଟନ ଡିସିରେ ପିଜ୍ଜା ଡେଲିଭରି ଉପରେ ନଜର ରଖୁଥିଲେ

ୱାସିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ଉତ୍ତେଜନା ମଧ୍ୟରେ ପେଣ୍ଟାଗନ ପିଜ୍ଜା ଇଣ୍ଡେକ୍ସ ପୁଣି ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଗଲ୍ଫ ଯୁଦ୍ଧରେ ଏକ ଆମେରିକୀୟ ଏଫ-୧୫ଇ ଯୁଦ୍ଧବିମାନ ଖସାଇ ଦିଆଯିବା ଓ ପାରସ୍ୟ ଉପସାଗରରେ ଏକ ଏ-୧୦ ୱର୍ଥୋଗ ବିମାନ ଦୁର୍ଘଟଣାର ଶିକାର ହେବା ଖବର ପରେ ପେଣ୍ଟାଗନ ଆଖପାଖରେ ଅଚାନକ ପିଜ୍ଜା ଚାହିଦା ବଢି ଯାଇଛି। ଏପରି ଚାହିଦା ବୃଦ୍ଧିର ସମ୍ପର୍କ ସାଧାରଣତଃ ସାମରିକ ଅଭିଯାନ ଅଥବା ରଣନୈତିକ ଚାପ ସମୟର ହୋଇ ପାରେ ବୋଲି ଅନୁମାନ କରାଯାଉଛି।

ଆମେରିକା-ଇରାନ ଯୁଦ୍ଧ ପଞ୍ଚମ ସପ୍ତାହକୁ ପ୍ରବେଶ କରିବା, ଲଗାତାର ଆକ୍ରମଣ ଓ ବୈଶ୍ୱିକ ଫଳାଫଳରେ ପିଜ୍ଜା ଡେରିଭରୀର ଅସାଧାରଣ ପ୍ୟାଟର୍ଣ୍ଣ ପୁଣି ଥରେ ଧ୍ୟାନ ଆକର୍ଷଣ କରିଛି। ତେବେ ପେଣ୍ଟାଗନ ଅଧିକାରୀକ ଭାବେ ଏହି ସିଦ୍ଧାନ୍ତକୁ ସମର୍ଥନ କରେନି, କିନ୍ତୁ ଉପୁଜିଥିବା ଭୂ-ରାଜନୈତିକ ଅନିଶ୍ଚିତତା ସମୟରେ ଅଣପାରମ୍ପରିକ ସଂକେତ ପ୍ରତି ଜନତାଙ୍କ ଆକର୍ଷଣ ଏହା ପ୍ରମାଣିତ କରୁଛି।

ପେଣ୍ଟାଗନ ପିଜ୍ଜା ଇଣ୍ଡେକ୍ସ କ’ଣ?
ପେଣ୍ଟାଗନ ପିଜ୍ଜା ଇଣ୍ଡେକ୍ସ ଏକ ଚର୍ଚ୍ଚିତ ସିଦ୍ଧାନ୍ତ। ଏହି ସିଦ୍ଧାନ୍ତ ଅନୁସାରେ ଆମେରିକା ପ୍ରତିରକ୍ଷା ବିଭାଗ ଆଖପାଖରେ ପିଜା ଅର୍ଡର ଅଚାନକ ବୃଦ୍ଧି ଆଗାମୀ ସୈନ୍ୟ ଗତିବିଦ୍ଧିର ସଂକେତ ହୋଇପାରେ। ଏହାକୁ ବୁଝିବା ଅତି ସହଜ, କାରଣ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଅଧିକାରୀ ତାଙ୍କ କାର୍ଯ୍ୟସ୍ଥଳରୁ ବାହାରକୁ ବାହାରି ପାରନ୍ତିନି। ଏଣୁ ସେମାନେ ପିଜ୍ଜା ଭଳି ଇନଷ୍ଟାଣ୍ଟ ଓ ସୁବିଧାଜନକ ଭୋଜନ ଉପରେ ନିର୍ଭର କରନ୍ତି। ଯେପରି ଅର୍ଜେନ୍ସୀ ଓ କାର୍ଯ୍ୟଭାର ବଢିବଢି ଚାଲେ ସେହି ଅନୁସାରେ ଡେଲିଭରୀ ମାତ୍ରା ମଧ୍ୟ ବଢି ଯାଏ।

ପରମ୍ପରା ଆଜିକାଲିର ନୁହେଁ ଇଣ୍ଟରନେଟ୍ ଯୁଗ ପୂର୍ବରୁ ବି ଥିଲା
ଏହି ଅବଧାରଣା ଶୀତଳ ଯୁଦ୍ଧ କାଳରୁ ଚଳି ଆସୁଛି। ବିଶ୍ୱରେ ଇଣ୍ଟରନେଟ୍ ଆସିବା ପୂର୍ବରୁ ସେ ସମୟର ସୋଭିଏତ ପର୍ଯ୍ୟବେକ୍ଷକ ୱାସିଂଟନ ଡିସିରେ ପିଜ୍ଜା ଡେଲିଭରି ଉପରେ ନଜର ରଖୁଥିଲେ। ସେମାନେ ଭାବୁଥିଲେ ଅର୍ଡରରେ ଅଚାନକ ବୃଦ୍ଧି ଆମେରିକୀୟ ଗୁଇନ୍ଦା କର୍ମଚାରୀ କୌଣସି ବଡ଼ ଘଟଣା ପାଇଁ ପ୍ରସ୍ତୁତି କରୁଛନ୍ତି ନଚେତ ତାର ପ୍ରତିକ୍ରିୟା ଦେଉଛନ୍ତି। ଏହି ଗୁଇନ୍ଦାଗିରି ପ୍ରଥାରୁ ଏହାକୁ ‘ପିଜ୍ଜିଣ୍ଟ’ ବା ପିଜ୍ଜା ଇଣ୍ଟେଲିଜେନ୍ସୀ କୁହାଯାଉଥିଲା।