ଭୁବନେଶ୍ବର ୧୮।୧: ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ୧୮ ତାରିଖ ପରିବର୍ତ୍ତେ ୨୨ ତାରିଖରେ ମିଳିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି । ନୂଆ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ପୂର୍ବରୁ ସୁଭଦ୍ରା ଟଙ୍କା ୧୮ ତାରିଖରେ ଦିଆଯିବ ବୋଲି ଘୋଷଣା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ୧୮ ତାରିଖ ଭିତରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ ଘୋଷଣା କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏଥିରେ  ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀ ସାମିଲ ହୋଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ହିତାଧିକାରୀ ବି ପାଇବେ ଟଙ୍କା । ଏହି ହିତାଧିକାରୀମାନେ ଏକାବେଳେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ପାଇବେ । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୬ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ହିତାଧିକାରୀଙ୍କ ଖାତାକୁ ଯିବ ୨୫୦କୋଟି ଟଙ୍କାର ସହାୟତା ରାଶି ।