ଭୁବନେଶ୍ୱର: ରାଜ୍ୟରେ ପରିବହନ ବିଭାଗ ପୁଣି ଥରେ ଆରମ୍ଭ କରିଛି ଜୋରଦାର ଚେକିଂ। ଗାଡ଼ିଗୁଡ଼ିକର ଇନସ୍ୟୁରାନ୍ସ ଫିଟନେସ ଓ ପରମିଟକୁ ନେଇ ବଡ଼ ଡ୍ରାଇଭ ଚାଲିବ। ଇନସୁରାନ୍ସ, ଫିଟନେସ ଏବଂ ପରମିଟ୍ ନଥିଲେ ରାସ୍ତାରେ ଚାଲି ପାରିବନି ଗାଡ଼ି। ଆଜିଠାରୁ ଏହାକୁ କଡ଼ାକଡ଼ି କରିବାକୁ ଯାଉଛି ପରିବହନ ବିଭାଗ।

ବାରିପଦା ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ନଥିଲା ଇନସ୍ୟୁରାନ୍ସ,ଫିଟନେସ ଏବଂ ପରମିଟ୍ । ଯେଉଁଥିପାଇଁ ଉଭୟ ପକ୍ଷଙ୍କୁ ମିଳି ପାରିଲାନି କ୍ଷତିପୂରଣ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି କଠୋର ହୋଇଛନ୍ତି।

କେନ୍ଦ୍ର ସରକାର ମୋଟର ଭେହିକଲ ଆକ୍ଟ୍ ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ କିପରି କ୍ଷତିପୂରଣ ଦିଆଯିବ ତାହାର ସରଳୀକରଣ ପାଇଁ ନୂଆ ଟ୍ରିବ୍ୟୁନାଲ ଗଠନ ହେବ। ରାଜ୍ୟ ସରକାର ମଧ୍ୟ ଏସବୁ ଦିଗରେ ଫୋକସ ରଖିବା ସହ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦେବେ।