ନୂଆଦିଲ୍ଲୀ ୧୭।୦୪; ଫଳ ପ୍ରିୟ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି ଯେ ଫଳ ଗୁଡ଼ିକୁ କୃତ୍ରିମ ଭାବରେ ପଚାଇବା ପାଇଁ ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥର ବ୍ୟବହାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଗୁରୁବାର ଜାରି ହୋଇଥିବା ଏକ ଆଦେଶରେ, FSSAI କହିଛି ଯେ କ୍ୟାଲସିୟମ କାର୍ବାଇଡ ଭଳି ରାସାୟନିକ ପଦାର୍ଥର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ।

ନିର୍ଦ୍ଦେଶରେ କୁହାଯାଇଛି ଯେ କ୍ୟାଲସିୟମ କାର୍ବାଇଡ୍ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରି ଆମ୍ବ, କଦଳୀ ଏବଂ ଅମୃତଭଣ୍ଡା ପରି ଫଳ ପଚେଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ସବୟ ବାନ୍ତି, ଚର୍ମ ସମସ୍ୟା ଏବଂ ଗିଳିବାରେ କଷ୍ଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଇଥେଫନ୍ ବ୍ୟବହାର କରି କିଛି ବ୍ୟବସାୟୀ ରାସାୟନିକ ଦ୍ରବ୍ୟରେ ଫଳକୁ ବୁଡ଼ାଇ ପଚେଇବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ନେଇ କଡ଼ାକଡ଼ି ଭାବରେ ନିଷିଦ୍ଧ ଅଛି। FSSAI ସ୍ପଷ୍ଟ କରିଛି ଯେ ପଚେଇବା ପାଇଁ ଇଥିଲିନ୍ ଗ୍ୟାସ୍ ବ୍ୟବହାର କେବଳ ସୁରକ୍ଷିତ ପଦ୍ଧତି ମାଧ୍ୟମରେ ଏବଂ କଡ଼ାକଡ଼ି ଭାବରେ ପ୍ରତିଷ୍ଠିତ ନିୟମ ଅନୁଯାୟୀ ଅନୁମତିପ୍ରାପ୍ତ।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ

ସାରା ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ (ହୋଲେସଲ୍ ବଜାର), ଗୋଦାମ ଏବଂ ଖୁଚୁରା ବଜାରରେ କଡ଼ାକଡ଼ି ଯାଞ୍ଚ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁଠାରେ ସନ୍ଦେହର କାରଣ ରହିବ ସେଠାରେ ଚଢାଉ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ୟାଲସିୟମ କାର୍ବାଇଡ୍ କିମ୍ବା ଅବୈଧ ରାସାୟନିକ ପଦାର୍ଥ ରଖିଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଜାରରେ ବିକ୍ରି ହେଉଥିବା ଫଳ ଉପରେ ଏବେ କଡ଼ା ନଜର ରଖାଯିବ।

Also Read-Petrol Diesel Price: ଭୁବନେଶ୍ୱର ଓ କଟକରେ କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍