ନୂଆଦିଲ୍ଲୀ, ୦୮/୧୦ : ସେୟାର ବଜାରରେ ହାହାକାର । ଖସିଲା ସେନସେକ୍ସ ଏବଂ ନିଫ୍ଟି । ଗୁରୁବାର ଭାରତୀୟ ସେୟାର ବଜାରରେ କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ଅଙ୍କରେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ କିଛି ସମୟ ପରେ ମାର୍କେଟ୍ ବୁଶୁଡି ପଡିଥିଲା ।

ଦିନ ୧୨ଟା ବେଳକୁ ବିଏସଇର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୧୦୦୦ ପଏଣ୍ଟ ଖସିଯାଇଥିଲା । ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୫୦ ପଏଣ୍ଟ ଖସିଥିଲା । ନିଫ୍ଟି ୨୨୩୦୦ ଅଙ୍କ ତଳକୁ ଚାଲି ଆସିଥିଲା । ବଜାରରେ ଆସିଥିବା ଏହି ଝଡରେ ରିଲିଆନ୍ସ, ଆଇଟିସି, ଅଦାନୀ ପୋର୍ଟସ, ଇଣ୍ଡିଗୋ ଭଳି ବଡ ସେୟାର ଦାମ୍ ମଧ୍ୟ କମିଛି ।

Also Read :- କାର୍ଗିଲ ଯୁଦ୍ଧ ପାଇଁ ଫିଲ୍ମରେ କାମ କରିବା ଛାଡି ଦେଲେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ କଲ୍; ଜାଣନ୍ତୁ କେମିତି ଯୁଦ୍ଧ କ୍ଷେତ୍ରକୁ ଗଲେ ନାନା ପାଟେକର

ବୁଧବାର ସେନସେକ୍ସ ୭୨୬୩୮ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା ଖୋଲିବା ପରେ ଅଙ୍କ ହ୍ରାସ ପାଇଥିଲା । ଏପରିକି ଏଥିରେ ୧୦୦୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଥିଲା । ପଳରେ ସେନସେକ୍ସ ୭୩୬୩୪ ଅଙ୍କକୁ ଚାଲି ଆସିଥିଲା ।

୫୦ ସେୟାର ବିଶିଷ୍ଟ ନିଫ୍ଟିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବୁଧବାର ନିଫ୍ଟି ୨୨୬୦୩ ଅଙ୍କରେ କାରବାର ବନ୍ଦ କରିଥିଲା । କିନ୍ତୁ ଗୁରୁବାର ଏହା ୨୨୫୯୯ରେ କାରବାର ଆମ୍ଭ କରିଥିଲା । କିଛି ସମୟ ପରେ ଏହା ୩୩୧ ଅଙ୍କ ଖସି ୨୨୨୦୦କୁ ଆସି ଯାଇଥିଲା ।

କ୍ରାଶ୍ ପଛର ବଡ କାରଣ

କୁହାଯାଉଛି ଯେ, ଅଶୋଦ୍ଧିତ ତୈଳ ଦର ବୃଦ୍ଧି ପାଇବା କାରଣରୁ ବଜାର କ୍ରାଶ୍ କରିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳ ଦରରେ ୨ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ଫଳରେ ଦର ବ୍ୟାରେଲ୍ ପିଛା ୧୦୩ ଡଲାରରେ ପହଁଚି ଯାଇଛି । ସେହିପରି ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରିଥିଲା । ଯାହା ବଜାର ଉପରେ ପ୍ରଭାବ ପକାଇଥିବା ଅନେକ ବିଶେଷଜ୍ଞ ମତ ଦେଉଛନ୍ତି ।