ମୁମ୍ବାଇ: ନାନା ପାଟେକରଙ୍କର ଅପ୍ରତ୍ୟାଶିତ ବିୟୋଗ ସଭିଙ୍କୁ ସ୍ତବ୍ଧ କରି ଦେଇଛି। ଗୁରୁବାର ସକାଳ ପାଉ ପାଉ ଏମିତି ଏକ ଖବର ଆସିବ ବୋଲି କେହି ବିଶ୍ଵାସ କରି ପାରି ନାହାନ୍ତି। ଏହି ଖ୍ୟାତାନାମା ଅଭିନେତାଙ୍କ ବିୟୋଗରେ ପୂରା ଦେଶରେ ଶୋକର ଲହରି ଖେଳି ଯାଇଛି। ହୃଦଘାତ କାରଣରୁ ନିଜ ଘରେ ହିଁ ତାଙ୍କର ବିୟୋଗ ଘଟିଛି। ତିନି ଥରର ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ନାନା ପାଟେକର ନିଜର ବଳିଷ୍ଠ ଅଭିନୟ ଏବଂ ଡାଇଲଗ୍ ପାଇଁ ବଲିଉଡରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ପ୍ରତିଟି ସଂଳାପ ମର୍ମଭେଦୀ ଏବଂ ହୃଦୟସ୍ପର୍ଶୀ ଥିଲା।

କେବଳ ଏତିକି ନୁହେଁ ଦାନ କରିବା ପାଇଁ ମଧ୍ୟ ପରିଚିତ ଥିଲେ ନାନା। ଭାରତୀୟ ସେନାଙ୍କ ସହ ତାଙ୍କର ଗଭୀର ସଂପର୍କ ଥିଲା। ଟେରିଟୋରିଆଲ ସେନାର ସେ ଅଂଶ ଥିଲେ ଏବଂ ପୂର୍ବତନ ସୈନିକଙ୍କ ପରିବାର ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ। ନାନା ପାଟେକର ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀଙ୍କଠୁ ସଂପୂର୍ଣ୍ଣ ଭିନ୍ନ ଥିଲେ। ଯୁଦ୍ଧ ସମୟରେ ସେ ଭାରତୀୟ ସେନା ପାଇଁ ସର୍ବଦା ଆଗେଇ ଆସୁଥିଲେ। କାର୍ଗିଲ ଯୁଦ୍ଧ ସମୟରେ ତାଙ୍କର କାହାଣୀ ତାଙ୍କ ଜୀବନର ଏକ ମହତ୍ଵପୂର୍ଣ୍ଣ ସମୟ ଥିଲା।

Also Read: 'ମୁଁ ମରିଗଲେ କାନ୍ଦିବନି, ମତେ ଓଦା କାଠରେ ଜାଳିବନି'...ନାନାଙ୍କ ଇଚ୍ଛା ରୋକିପାରିଲାନି ଫ୍ୟାନ୍ସଙ୍କ ଆଖିର ଲୁହ

କାର୍ଗିଲ ଯୁଦ୍ଧ ପାଇଁ କ୍ୟାରିୟରକୁ ଅଧାରେ ଅଟକାଇ ଦେଲେ

୧୯୯୯ ମସିହାରେ କାର୍ଗିଲ ଯୁଦ୍ଧ ହୋଇଥିଲା। କାର୍ଗିଲର ଦୁର୍ଗମ ଅଞ୍ଚଳରେ ପାକିସ୍ତାନ ସେନା ସହ ଲଢେଇ କରୁଥିଲେ ଭାରତର ଯବାନ। ଏହି ସମୟରେ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତି ସାରିଥିବା ନାନା ପାଟେକର ନିଜ ଅଭିନୟ କ୍ୟାରିୟରରେ ଶୀର୍ଷରେ ଥିଲେ। ତଥାପି କାର୍ଗିଲ ଯୁଦ୍ଧ ପାଇଁ ସେ ନିଜ କ୍ୟାରିୟରକୁ ବିରତ ଦେଇଥିଲେ। କେବଳ ଏତିକି ନୁହେଁ ଯୁଦ୍ଧ ମଇଦାନକୁ ଯିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କଠାରୁ ସ୍ଵତନ୍ତ୍ର ଅନୁମତି ଲୋଡ଼ିଥିଲେ।

‘ମରାଠା ଲାଇଟ୍ ଇନଫ୍ୟାଣ୍ଟ୍ରି’ ସହିତ  ତିନି ବର୍ଷ

ଚଳିତ ବର୍ଷ ନାନା ପାଟେକରଙ୍କୁ ଅମିତାଭ ବଚ୍ଚନଙ୍କ ‘କୌନ ବନେଗା କୋରଡପତି’ ଶୋରେ ଦେଖିବାକୁ ମିଳିଥିଲା। ଶୋ ସମୟରେ ସେ ଅମିତାଭ ବଚ୍ଚନଙ୍କୁ କହିଥିଲେ ଯେ, କାର୍ଗିଲ ଯୁଦ୍ଧ ସମୟରେ ସେ କେମିତି ଯବାନଙ୍କ ସହାୟତା ପାଇଁ ଦେଶର ସୀମାନ୍ତକୁ ଯାଇଥିଲେ। ୯୦ ଦଶକରେ ନିଜର ଫିଲ୍ମ ‘ପ୍ରହାର’ର ସ୍କ୍ରିପ୍ଟ ଲେଖିବା ସମୟରେ ନାନା ପାଟେକର ‘ମରାଠା ଲାଇଟ୍ ଇନଫ୍ୟାଣ୍ଟ୍ରି’ ସହିତ  ତିନି ବର୍ଷ ରହିଥିଲେ ଏବଂ ପ୍ରଶିକ୍ଷଣ ନେଇଥିଲେ। କାର୍ଗିଲ ଯୁଦ୍ଧ ଆରମ୍ଭ ହେବା ସମୟରେ ସେ ଡିଭିଜନରେ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ଏବଂ ଯୁଦ୍ଧ କ୍ଷେତ୍ରକୁ ଯିବା ପାଇଁ ଅନୁରୋଧ କରିବା ସହ ଅନୁମତି ଲୋଡ଼ିଥିଲେ। ହେଲ ତାଙ୍କୁ ଅନୁମତି ମିଳି ନ ଥିଲା। କେବଳ ପ୍ରତିରକ୍ଷା ମନ୍ତ୍ରୀ ହିଁ ଏହାର ଅନୁମତି ଦେଇ ପାରିବେ ବୋଲି ବରିଷ୍ଠ ଅଧିକାରୀ କହିଥିଲେ।

Also Read:  ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅକ୍ଷୟ କୁମାର ଯାଏଁ, ନାନା ପାଟେକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ସମସ୍ତ ତାରକା

ପ୍ରତିରକ୍ଷା ମନ୍ତ୍ରୀଙ୍କୁ କଲେ କଲ୍

ଶୋରେ ନାନା କାର୍ଗିଲ ଯୁଦ୍ଧ ସମୟର ମୁହୂର୍ତ୍ତକୁ ମନେ ପକାଇ କହିଛନ୍ତି ଯେ, ସେ ସମୟରେ ମୁଁ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସଙ୍କୁ ଜାଣିଥିଲି ଏବଂ ତାଙ୍କୁ କଲ୍ କଲି। ପ୍ରତିରକ୍ଷା ମନ୍ତ୍ରୀ ଏହା ସମ୍ଭବ ନୁହେଁ ବୋଲି କହିଥିଲେ। ମୁଁ ତାଙ୍କୁ କହିଥିଲି ଯଦିଓ କମିଶନ ପାଇଁ ଛଅ ମାସର ପ୍ରଶିକ୍ଷଣ ଦରକାର, ତଥାପି ମୁଁ ତିନି ବର୍ଷ ପ୍ରଶିକ୍ଷଣ ନେଇଥିଲି। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମରାଠା ଲାଇଟ୍ ଇନଫାଣ୍ଟ୍ରି  ସହିତ ମୋର ଅଭିଜ୍ଞତା ଜାଣିବା ପରେ ମୋତେ ଯୁଦ୍ଧ କ୍ଷେତ୍ରକୁ କେବେ ଯିବାକୁ ଚାହଁ ବୋଲି ପଚାରିଥିଲେ।

ନାନା କାର୍ଗିଲ ଯୁଦ୍ଧ ସମୟରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ଦୁଇ ସପ୍ତାହରୁ ଅଧିକ ସମୟ ବିତାଇଥିଲେ।ସେଠାରେ ସେ ସୈନିକମାନଙ୍କୁ ସହାୟତା କରିବା ସହ କିଛି ଦିନ ପାଇଁ ବେସ କ୍ୟାମ୍ପ ସ୍ଥିତ ଡାକ୍ତରଖାନାରେ କାର୍ଯ୍ୟ କରିଥିଲେ। କାର୍ଗିଲରେ ଥିବା ସମୟରେ 'କ୍ୱିକ୍ ରେସପନ୍ସ ଟିମ୍' ର ଅଂଶବିଶେଷ ଥିଲେ। ସେଠାକାର କଠିନ ପରିସ୍ଥିତିରେ ସେନାର ସହାୟତାରେ ସେ ଲାଗି ପଡ଼ିଥିଲେ। ଫଳରେ ଶ୍ରୀନଗରରେ ପହଞ୍ଚିବା ବେଳକୁ ମୋ ଓଜନ ୭୬ କିଲୋଗ୍ରାମ ଥିଲା, କିନ୍ତୁ ଫେରିବା ବେଳକୁ ତାହା ୫୬ କିଲୋଗ୍ରାମକୁ ଖସି ଆସିଥିଲା ବୋଲି ନାନା ପାଟେକର କହିଥିଲେ।