CSK vs SRH: ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ଚେନ୍ନାଇ ସୁପରକିଙ୍ଗ୍ସ (CSK) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୨୭ତମ ମ୍ୟାଚକୁ ଜିତିନେଇଛି ଏସଆରଏଚ୍। ଶନିବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଏସଆରଏଚ ୧୦ ରନରେ ଜିତିଛି। ଟସ୍ ଜିତି CSK ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଭିଷେକ ଏବଂ କ୍ଲାସେନଙ୍କ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ CSK ପାଇଁ ୧୯୬ ରନର ଟାର୍ଗେଟ ଦେଇଥିଲା। ଜବାବରେ CSK ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୮୪ ରନ କରିପାରିଥିଲା।

CSKର ଇନିଂସ

୧୯୫ ରନର ଟାର୍ଗେଟକୁ ପିଛା କରିଥିବା CSKର ଆରମ୍ଭ ଖରାପ ହୋଇଥିଲା । ଷ୍ଟାର ବ୍ୟାଟର ସଞ୍ଜୁ ସାମସନ୍ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ। ପରେ ଅଧିନାୟକ ଋତୁରାଜ ଗାୟକୱାଡ୍ ପୁଣି ଥରେ ବିଫଳ ହୋଇଥିଲେ। ସେ ମାତ୍ର ୧୯ ରନ୍ କରିଥିଲେ । ଆୟୁଷ ୧୩ ବଲରେ ୩୦ ରନ୍ କରିଥିଲେ ଏବଂ ମ୍ୟାଥୁ ସର୍ଟ ମଧ୍ୟ ୩୪ ରନର ଇନିଂସ ଖେଳିଥିଲେ।

କିନ୍ତୁ ଡେୱାଲ୍ଡ ବ୍ରେଭିସ୍ ତାଙ୍କ ଖାତା ଖୋଲି ପାରି ନ ଥିଲେ। ସରଫରାଜ ଖାବ ୨୫ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା । ଶିବମ୍ ଦୁବେ ୧୬ ବଲରୁ ୨୧ ରନ କରି ଇନିଂସକୁ ଗଢିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସିରାଜ ତାଙ୍କୁ ବୋଲ୍ଡ କରିଥିଲେ । ଶେଷରେ CSK ୧୮୪ ରନ କରିପାରିଥିଲା।

ହାଇଦ୍ରାବାଦ ଇନିଂସ

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ୨୨ ବଲରେ ୫୯ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ। ହେନରିଚ୍ କ୍ଲାସେନ୍ ମଧ୍ୟ ୩୯ ବଲରେ ୫୯ ରନ୍ କରିଥିଲେ। ତଥାପି, ଅନ୍ୟ ବ୍ୟାଟରଙ୍କ ବିଫଳତା କାରଣରୁ ଏକ ଦୃଢ଼ ଆରମ୍ଭ ସତ୍ତ୍ୱେ, ହାଇଦ୍ରାବାଦ ୨୦୦ ରନ୍ ସ୍କୋରରେ ପହଞ୍ଚି ପାରି ନଥିଲା। ହାଇଦ୍ରାବାଦ ପାୱାରପ୍ଲେରେ ଅର୍ଥାତ୍ ପ୍ରଥମ ଛଅ ଓଭରରେ ୭୫ ରନ୍ କରିଥିଲା। ୧୦ ଓଭରରେ ସ୍କୋର ୧୧୨ ରନ୍ ଥିଲା, କିନ୍ତୁ ଶେଷ ନିରାଶଜନକ ଥିଲା

ଅଭିଷେକ ଶର୍ମା ମାତ୍ର ୧୫ ବଲରେ ଅର୍ଦ୍ଧଶତକ

ଅଭିଷେକ ଶର୍ମା ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ସେ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ ତାଙ୍କ ୨୨ ବଲର ଇନିଂସରେ ଛଅ ଚୌକା ଏବଂ ଚାରି ଛକା ମାରିଥିଲେ। ଟ୍ରାଭିସ୍ ହେଡ୍ ୨୦ ବଲ୍ ରେ ୨୩ ରନ୍ କରିଥିଲେ। ଅଧିନାୟକ ଇଶାନ୍ କିଶାନ୍ ବିନା କୌଣସି ସ୍କୋରରେ ଆଉଟ୍ ହୋଇଥିଲେ। ହେନରିଚ୍ କ୍ଲାସେନ୍ ୩୯ ବଲରେ ୫୯ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ଛଅ ଚୌକା ଏବଂ ଦୁଇଟି ଛକା ଥିଲା।

ଏହା ବ୍ୟତୀତ, ହାଇଦ୍ରାବାଦର ବ୍ୟାଟର ଅନିକେତ ବର୍ମା ଚାରି ବଲରୁ ଦୁଇ ରନ୍, ନୀତିଶ କୁମାର ରେଡ୍ଡୀ ଆଠ ବଲରୁ ୧୨ ରନ୍, ସଲିଲ ଆରୋରା ୧୨ ବଲରୁ ୧୩ ରନ୍ ଏବଂ ଲିଆମ ଲିଭିଙ୍ଗଷ୍ଟୋ ପାଞ୍ଚ ବଲରୁ ଗୋଟିଏ ରନ୍ କରି ଆଉଟ୍ ହୋଇଥିଲେ। ଶିବାଙ୍ଗ କୁମାର ଆଠ ବଲରୁ ଗୁରୁତ୍ୱପୂର୍ଣ୍ଣ ୧୨ ରନ୍ କରିଥିଲେ ଏବଂ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଜେମି ଓଭରଟନ୍ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ମୁକେଶ ଚୌଧୁରୀ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ। ଅଂଶୁଲ କାମ୍ବୋଜ ମଧ୍ୟ ମାତ୍ର ୨୨ ରନରେ ତିନି ଜଣ ବ୍ୟାଟରଙ୍କୁ ଆଉଟ୍ କରିଥିଲେ।