ମୁମ୍ଵାଇ ୨୨।୦୩; ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ ଫିଲ୍ମ ‘ଉସ୍ତାଦ୍ ଭଗତ ସିଂ’ ଧୂରନ୍ଦର -୨ ଫିଲ୍ମରେ ବକ୍ସ ଅଫିସରେ ଟକ୍କର ଲଗାଇଛନ୍ତି । ଏହି ଚଳଚ୍ଚିତ୍ରରେ ଲିଡ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ରୀଲୀଳା ଇଣ୍ଡଷ୍ଟ୍ରିରେ କାମ କରିବା କଥା କହିଛନ୍ତି । ପବନ କଲ୍ୟାଣଙ୍କ ସହ ଫିଲ୍ମ କରିଥିବା ହିରୋଇନ୍ ବେଶ୍ କିଛି ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇ ରହିଛନ୍ତି । ଏତିକି ହିଁ ନୁହେଁ ବଲିଉଡ଼ରେ ମଧ୍ୟ ଦବଦବା ଦେଖାଇବାକୁ ପ୍ରସ୍ତୁତ । ଏବେ ଅଭିନେତ୍ରୀ କ୍ୟାରିଅର୍ ଆରମ୍ଭ କରିବା ସମୟରେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶ୍ରୀଲୀଳା ଏମିତି ମଧ୍ୟ କହିଛନ୍ତି ଯେ ସୋସିଆଲ୍ ମିଡ଼ିଆରେ ଟ୍ରୋଲ୍ ହେବା କାରଣରୁ ଆକ୍ଟିଙ୍ଗ୍ ଛାଡ଼ିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

କହିଥିଲେ ଯେ ଲୋକମାନେ ଏତେ ଟ୍ରୋଲ୍ କରିଥିଲେ ଯେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଯେତେବେଳେ ଶ୍ରୀଲୀଳାଙ୍କୁ ପଚରାଯାଇଥିଲା ଯେ କେବେ ଟ୍ରୋଲିଂକୁ ନେଇ କେବେ ଡ଼ରନ୍ତି କି ? ପରେ ସେ ଉତ୍ତରରେ କହିଥିଲେ ଯେ ସେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ସେତେବେଳେ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ୍ କରିଥିଲେ । ମୁଁ ବହୁତ ସେନସିଟିଭ୍ ଥିଲି। ମାଁଙ୍କୁ ମଧ୍ୟ କହିଥିଲି ଯେ ଇଣ୍ଡଷ୍ଟ୍ରି ଛାଡ଼ି ଦେବା ପାଇଁ । କଲେଜକୁ ପୁଣି ଫେରିଯିବେ ବୋଲି ଘରେ ବାଧ୍ୟ କରି ବହୁତ କାନ୍ଦୁଥିଲେ । ହେଲେ ଏବେ କିଛି ଆଉ ଫରକ ପଡୁନାହିଁ ।

ଶ୍ରୀଲୀଳାଙ୍କ କହିବା କଥା ଆଜିକାଲିର ଲୋକମାନେ ବହୁତ ଚାଲାକ୍ । ଏବେ ମତେ ଲାଗୁଛି ଯେ , ଟ୍ରୋଲିଂ ଏବେ ଟ୍ରେଣ୍ଡ୍ କରୁଛି’ । ଲୋକମାନେ ବିନା ପ୍ରମାଣରେ ସମସ୍ତଙ୍କୁ ଜଜ୍ କରିଦିଅନ୍ତି । ୨୦୧୯ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଶ୍ରୀଲୀଳା ଏମବିବିଏସ୍ ଡିଗ୍ରୀ ମଧ୍ୟ ପୂରଣ କରିଛନ୍ତି । ଖୁବଶ୍ରୀଘ୍ର ଅଭିନେତ୍ରୀ ଶ୍ରୀଲୀଳା ଅଭିନେତା ଧନୁଷଙ୍କ ଫିଲ୍ମରେ ନଜର ଆସିବେ । ଏହାକୁ ବାଦ୍ ଦେଇ ଡାଇରେକ୍ଟର ଅନୁରାଗ ବସୁଙ୍କ ଫିଲ୍ମରେ ମଧ୍ୟ ବଲିଉଡ଼ରେ ଡେବ୍ୟୁ କରିବେ । ଏହି ମ୍ୟୁଜିକାଲ୍ ଡ୍ରାମା ଫିଲ୍ମରେ ଅଭିନେତା କାର୍ତ୍ତିକ ଆୟନ ମଧ୍ୟ ନଜର ଆସିବେ । ଅପରପାର୍ଶ୍ବରେ ରାଶି ଖାନ୍ନା ଏବଂ ସାହିଦ୍ କପୁର ‘ଫର୍ଜି’ ସିରିଜ୍ -୨ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।

Also read-'ଧୁରନ୍ଧର ୨'କୁ ପ୍ରଶଂସା କଲେ ଅଲ୍ଲୁ ଅର୍ଜୁନ-ରାମ ଚରଣ, ପୋଷ୍ଟ କରି ସାଉଥ୍ ଷ୍ଟାରଙ୍କ ଉପରେ ଭଡ଼କିଲେ ପ୍ରକାଶ ରାଜ