ଭୁବନେଶ୍ୱର ୧୨।୦୭ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ୍‌ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ଜଣ ଯୁବକ ଅଫିସ କାମ ସାରି ରାତି ପ୍ରାୟ ସାଢେ ଗୋଟେ ସମୟରେ ରସୁଲଗଡ଼ ଅଭିମୁଖେ ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ଗାଡ଼ି ଆସି ବାଇକୁ ପଛ ପଟୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ଯୁବକ ବାଇକକୁ ଛିଟ୍‌କି ପଡି ଥିଲେ । ଜଣଙ୍କ ମୁଣ୍ଡର ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ଗୋଡ଼ ଭାଙ୍ଗିଯାଇଛି ।

Also Read:-ଘରେ ପଶିଯାଉଛି ସାପ ! ରୁହନ୍ତୁ ସତର୍କ...ଏହି ସବୁ କାରଣ ପାଇଁ ବଢୁଛି ସର୍ପାଘାତ ବିପଦ

ସେପଟେ ଖବର ପାଇ ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଗୁରୁତରଙ୍କ ପରିଚୟ ମିଳିନାହିଁ । ପୋଲିସ ଜାତୀୟ ରାଜପଥରେ ଲାଗିଥିବା କ୍ୟାମେରାକୁ ଆଧାର କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଉଦ୍ୟମ କରୁଛି ।