ଭୁବନେଶ୍ୱର ୨୬।୦୬ : ବାଚସ୍ପତି ଗଠନ କଲେ ବିଧାନସଭା ଷ୍ଟାଙ୍ଗିଂ କମିଟି । ଏହାସହ ୩୫ରୁ ଅଧିକ କମିଟି ମଧ୍ୟ ଗଠନ ହୋଇଛି । ଏପିରିକି ଘୋଷଣା ହୋଇଥିବା ପିଏସି କମିଟିର ଅଧ୍ୟକ୍ଷ ହୋଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏହି କମିଟିରେ ରାମଚନ୍ଦ୍ର କାଡାମ, ଅରୁଣ ସାହୁ, ଗଣେଶ୍ୱର ବେହେରା, ସନାତନ ବିଜୁଳିଙ୍କ ଭଳି ୧୧ ବିଧାୟକ ସଦସ୍ୟ ରହିଛନ୍ତି।

ସେହିପରି ପ୍ରିଭିଲେଜ କମିଟିର ଅଧ୍ୟକ୍ଷ ଜୟନାରାୟଣ ମିଶ୍ର ରହିଥିବା ବେଳେ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସଦସ୍ୟ ଅଛନ୍ତି । ଏହାବ୍ୟତୀ ୧୦ଟି ଷ୍ଟାଙ୍ଗିଂ କମିଟି ଘୋଷଣା ମଧ୍ୟ କରିଛନ୍ତି ବାଚସ୍ପତି । ଷ୍ଟାଙ୍ଗି କମିଟି ୧ର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ର, ୨ର ଅଧ୍ୟକ୍ଷ ସନ୍ତୋଷ ଖଟୁଆ, ୩ର ବାହୁ ସିଂହ, ୫ର ବିଭୂତି ପ୍ରଧାନ, ୬ର ରାମଚନ୍ଦ୍ର କାଡାମ, ୯ର ସନାତନ ବିଜୁଳି ଏବଂ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁନର୍ବାର ୨୦୨୬-୨୭ ବର୍ଷ ପାଇଁ କମିଟି ୧୦ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ଭାବେ ଆକାଶ ଦାସ ନାୟକ ଚୟନ ହୋଇଥିବା ବେଳେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ୧୧ ନିଲମ୍ବିତ ବିଧାୟକ ।

Also Read:-ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି, ଆଉ ଜଣେ ଓଡ଼ିଶା ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ