ଭୁବନେଶ୍ୱର ୨୮।୦୯ : ବିଧାନସଭା ପୁଣି ମୁଲତବୀ । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢୀ । ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ ଲାଗି ବାଚସ୍ପତି ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ।

ଗୋଟିଏ ଦିନର ଛୁଟି ପରେ ସୋମବାର ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ଅବସ୍ଥା । ସମାନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । MMDR ଏବଂ ବହି ତ୍ରୁଟି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ବିଧାନସଭା ମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ବି ଶୁଣିନଥିଲେ ବିରୋଧୀ । ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବୀ ରହିଥିଲା ବିଧାନସଭା । ପରେ ପୁଣି ଥରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ଅବସ୍ଥା । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ହୋହାଲ୍ଲା ଏବଂ ନାରାବାଜିରେ କମ୍ପିଥିଲା ବିଧାନସଭା । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ଅୁପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Also Read:-ଭୂଶୁଡିଲା ସେୟାର ବଜାର : ୭୫୦ ପଏଣ୍ଟ ଖସିଲା ସେନସେକ୍ସ, ଟେନସନରେ ନିବେଶକ