ମୁମ୍ବାଇ: ବଲିଉଡର  ଲୋକପ୍ରିୟ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ ପୁଣି ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କର କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ, ରଣବୀର ଓ ଆଲିଆ ଏକ ଡିନର୍ରେ ଯାଇଥିବା ବେଳେ । ସେଠାରେ ତାଙ୍କ ସହ ଅଭିନେତା ଭିକି କୌଶଲ ଓ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ମଧ୍ୟ ଥିଲେ। ଡିନର୍ ସମୟର କିଛି ଫଟୋରେ ରଣବୀର ଆଲିଆଙ୍କୁ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ରଣବୀର ଓ ଆଲିଆଙ୍କ ମଧ୍ୟରେ ଥିବା ଭଲ ସମ୍ପର୍କ ସ୍ପଷ୍ଟ ଦେଖାଯାଉଛି।

ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସ ଏଥିରେ ଅନେକ କମେଣ୍ଟ କରୁଛନ୍ତି। ବିଶେଷ କରି ରଣବୀର ଆଲିଆଙ୍କୁ କେଉଁଭଳି ଭାବେ ଧରିଛନ୍ତି, ତାହାକୁ ନେଇ ଅନେକ ୟୁଜର ନିଜ ମତ ଦେଇଛନ୍ତି। ରଣବୀର ଓ ଆଲିଆଙ୍କ ଯୋଡ଼ିକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ଦୁହେଁ ପରସ୍ପରଙ୍କ ସହ ଅନେକ ସମୟରେ ଦେଖାଯାଆନ୍ତି। ଏହି କାରଣରୁ ତାଙ୍କର ପ୍ରତ୍ୟେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥାଏ।

read also - ପୁରୁଷକୈନ୍ଦ୍ରିକ ଚିନ୍ତାଧାରାକୁ ନେଇ କ୍ରିତିଙ୍କ ପ୍ରଶ୍ନବାଣ, ସୋସିଆଲ ମିଡିଆରେ ଖୁବ ବର୍ଷିଲେ ଅଭିନେତ୍ରୀ

ଏହି ସମୟରେ ରଣବୀର ଓ ଆଲିଆଙ୍କ ଆଗାମୀ ଫିଲ୍ମ ‘Love & War’କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ ଓ ଭିକି କୌଶଲ ଏକାଠି ନଜର ଆସିବେ। ଏବେ ରଣବୀର-ଆଲିଆଙ୍କ ନୂଆ ଫଟୋ ପୁଣିଥରେ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଛି।ରଣବୀର ଓ ଅଳିଆଙ୍କ ଫୋଟୋ ସୋସିଆଲ ମିଡିଆରେ ଗସିପିର କାରଣ ପାଲଟିଥିବା ବେଳେ l ଏହି ଦୁଇ ଯୋଡ଼ିଙ୍କ ନୂଆ ଫୋଟୋ ଏବେ ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି l