ଭୁବନେଶ୍ୱର ୨୮।୦୯ : ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଆମର ମୁଖ୍ୟ ଲକ୍ଷ୍ୟ । ସେ ଦିଗରେ ସରକାର କାମ କରୁଛନ୍ତି । ରାଜ୍ୟର ବନ୍ୟା ସ୍ଥିତି ନେଇ ବିଧାନସଭାରେ ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶାରେ ଗତ ୪ ମାସରେ ୩୦ ପ୍ରତିଶତ ଠାରୁ ଅଧିକ ବର୍ଷା ହୋଇଛି । ଏପିରିକି ଗତ ଦୁଇ ମାସରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଛି । ଏଥିରୁ ୪ଟି ଅବପାତରେ ପରିଣତ ହୋଇଥିଲା । ଓଡ଼ିଶାରେ ୨୩ରୁ ଅଧିକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରବିବାର ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗସ୍ତରେ ଯାଇଥିଲେ । ଲୋକଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ପରଖିଥିଲେ । ପୂର୍ବରୁ ଯାଜପୁର ଓ ଭଦ୍ରକ ଯାଇ ପାଣି ଭିତରେ ପଶି ବନ୍ୟା ସ୍ଥିତିର ସମୀକ୍ଷା କରିଥିଲୁ । କଣ ବ୍ୟବସ୍ଥା କଲେ ଆଗକୁ ବର୍ଷା ଆସିଥିଲେ, ଏଭଳି ସ୍ଥିତି ହେବ ନାହିଁ ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି ।

Also Read:-କେବେ ଚାଲିବ ବିଧାନସଭା ? ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ସେହିପରି ଫସଲ, ଘର ସହ ପନିପରିବା ଓ ମକା ଚାଷ ପାଇଁ କ୍ଷତିପୂରଣ ଲାଗି ୧୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିଲେ । ବନ୍ୟା ପରେ ଭିତ୍ତିଭୂମି ସୁଦୃଢ କରାଯିବ ସହ ଆଗକୁ ଏଭଳି ନହେବା ପାଇଁ ଆଇଆଇଟି ସର୍ଭେ କରିବ । ମୁଖ୍ୟମନ୍ତ୍ରୀ ଓ ମୁଁ ବନ୍ୟାଞ୍ଚଳ ଯାଇଥିଲୁ । ଲୋକ ଓ ପ୍ରଶାସନଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମୁକାବିଲା ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଉଛି ।