ନିଆଳି: ବାଲିଅନ୍ତା ବର୍ବରତା ଯେତିକି ନିଷ୍ଠୁର। ତାଠାରୁ ଅଧିକ ଭାରିପଡ଼ିଛି ସୌମ୍ୟଙ୍କ ପରିବାର ଉପରେ ଦୁଃଖର ପାହାଡ଼। ଗୋଟିଏ ବୋଲି ପୁଅକୁ ହରାଇ ମୁଣ୍ଡ ପିଟୁଛି ମାଆ। ବାପା ଆଖିରୁ ଶୁଖୁନି ଲୁହ। କେମିତି ସହିବ ବା ଏ ଛାତି। ଆଗରୁ ବାପାମା ଝିଅକୁ ହରାଇଥିଲେ, ଆଉ ଏବେ ପୁଅକୁ। ଏହାରି ଭିତରେ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ସୌମ୍ୟଙ୍କ ଗାଁ ଲୋକ। କୁଆଡେ ଭଉଣୀ ଚାଲିଯିବା ସବୁବେଳେ ଝୁରି ହେଉଥିଲେ ଭାଇ ସୌମ୍ୟ।

କିଛି ବର୍ଷ ପୂର୍ବରୁ ମଧ୍ୟ ହତ୍ୟାର ଶିକାର ହୋଇଥିଲେ ଭଉଣୀ। ଇତି ମଧ୍ୟରେ ସୌମ୍ୟଙ୍କ ମୃତ୍ୟୁକୁ ୬ ଦିନ ହେଲାଣି । ଭଉଣୀ ତାଙ୍କୁ ପାଖକୁ ଡାକୁଛି ବୋଲି କିଛି ଦିନ ହେଲା ସାଙ୍ଗସାଥି ଏବଂ ଗାଁ ଲୋକଙ୍କୁ ସୌମ୍ୟ କହୁଥିଲେ। ହେଲେ ଭାଇ ଭଉଣୀଙ୍କ ଭଲ ପାଇବା ପାଇଁ ଭଉଣୀଙ୍କୁ ମନେ ପକାଇ ସୌମ୍ୟ ଏପରି କହୁଥିବା ଭାବି କଥାକୁ ଏଡାଇ ଯାଉଥିଲେ । ଶେଷରେ ତାଙ୍କ କଥା ସତ ହେଲା ଭଉଣୀ ପାଖକୁ ଚାଲିଗଲା ।

ସୌମ୍ୟଙ୍କ ସମ୍ପର୍କୀୟ  କହିଛନ୍ତି ଯେ- ସବୁବେଳେ ସେ ଭଉଣୀ କଥା ମନେପକାଏ। ଭଉଣୀ ମୋତେ ଖୋଜୁଛି ବୋଲି କହୁଥିଲା। ନିକଟରେ ଦିଲ୍ଲୀରେ ରହୁଥିବା ମାମୁ ଝିଅ ବି ସମାନ କଥା କହିଥିଲେ। ଏପରିକି ସେ ନିୟମିତ ଜିମ୍‌ ଯାଉନଥିଲେ। ସବୁବେଳେ ମାନସିକ ଅବସାଦରେ ରହୁଥିଲେ। ​​​​​​​​​​​​​​

ସୌମ୍ୟଙ୍କ ସମ୍ପର୍କୀୟ  କହିଛନ୍ତି ଯେ- ସବୁବେଳେ ସେ ଭଉଣୀ କଥା ମନେପକାଏ। ଭଉଣୀ ମୋତେ ଖୋଜୁଛି ବୋଲି କହୁଥିଲା। ନିକଟରେ ଦିଲ୍ଲୀରେ ରହୁଥିବା ମାମୁ ଝିଅ ବି ସମାନ କଥା କହିଥିଲେ। ଏପରିକି ସେ ନିୟମିତ ଜିମ୍‌ ଯାଉନଥିଲେ। ସବୁବେଳେ ମାନସିକ ଅବସାଦରେ ରହୁଥିଲେ। ବାପା ମାଆଙ୍କୁ ସବୁବେଳେ ସୌମ୍ୟ କହୁଥିଲା- ତୁମେ ବ୍ୟସ୍ତ ହୁଅନି ଭଉଣୀ ଚାଲିଗଲା। ମୁଁ ତୁମ ସହ ଅଛି। ବାପା ମାଆ ବି ପୁଅ ମୁହଁ ଚାହିଁ ବଞ୍ଚି ରହୁଥିଲେ। ଏବେ ବାପା ମାଆ କରିବେ କଣ ତାହା ପ୍ରଶ୍ନ କରିଛନ୍ତି ତାଙ୍କ ସମ୍ପର୍କୀୟ।