ସୋର: ସ୍ବାମୀଙ୍କ ସହ ହୋଟେଲରେ ଥିଲେ ଜଣେ ବିବାହିତ ମହିଳା। ଏକଥା ଜାଣି ସିଧା ହୋଟେଲରେ ପହଞ୍ଚିଗଲେ ସ୍ତ୍ରୀ। ଆଉ ଏମାନଙ୍କୁ ଏକାଠି ଦେଖି ଦେବା ଭୟରେ ହୋଟେଲ ରୁମରୁ ବାହାରକୁ ଡେଇଁ ପଡ଼ିଲେ। ପରକୀୟା ପ୍ରୀତିକୁ ନେଇ ଏଭଳି ଏକ ହଙ୍ଗାମା ଘଟଣା ଦେଖିବାକୁ ମିଳିଛି ସୋର ବଜାରରେ।

ଅଭିଯୋଗ ଅନୁସାରେ, ବ୍ୟକ୍ତିଙ୍କ ପତ୍ନୀ ହୋଟେଲରେ ପହଞ୍ଚି କବାଟ ଭାଙ୍ଗି କୋଠରୀ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଧରାପଡ଼ିଯିବା ଭୟରେ ରୁମ୍ରେ ଥିବା ମହିଳା ଜଣକ ହୋଟେଲର ଉପର ମହଲାରୁ ତଳକୁ ଡେଇଁ ପଡ଼ିବା ଯୋଗୁ ଗୁରୁତର ଆହତ ହୋଇଛନ୍ତି।

Also Read: ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଖୁଲାସା : ୨.୭୦ କୋଟି ଟଙ୍କା କାରବାରକୁ ନେଇ ଅପହରଣ !

ତେବେ ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ପରେ ଘଟଣାରେ ସମ୍ପୃକ୍ତ ଉଭୟ ପତ୍ନୀ- ପତ୍ନୀଙ୍କୁ ସୋର ଥାନାକୁ ନେଇ ପୋଲିସ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।