ନୂଆଦିଲ୍ଲୀ: ଫାଇନାଲ ମ୍ୟାଚରେ ବୈଭବଙ୍କ ଝଡ଼। ପ୍ରତି ବଲରେ ଛକା ଚଉକା। ୮୦ ବଲରେ ୧୭୫ ରନ୍। ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବାମହାତୀ ବ୍ୟାଟର୍ ମାତ୍ର ୫୫ ବଲ୍ରେ ଶତକ ହାସଲ କରିଥିଲେ। ୧୪ ବର୍ଷୀୟ ବ୍ୟାଟର ତାଙ୍କ ଶତକରେ ଆଠଟି ଛକା ଏବଂ ଆଠଟି ଚୌକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଶତକ ହାସଲ କରିବାରେ ତୃତୀୟ ଭାରତୀୟ। ଉନ୍ମୁକ୍ତ ଚାନ୍ଦ ଏବଂ ମନଜୋତ କାଲରା ତାଙ୍କ ପୂର୍ବରୁ ଏହି ସଫଳତା ହାସଲ କରିଛନ୍ତି। କିନ୍ତୁ ବୈଭବ ସୂର୍ଯ୍ୟବଂଶୀଙ୍କ ଠାରୁ କେହି ଦ୍ରୁତ ଶତକ ହାସଲ କରିନାହାଁନ୍ତି। ଏହା ସହିତ ବୈଭବ ସୂର୍ଯ୍ୟବଂଶୀ ଅନେକ ପ୍ରମୁଖ ରେକର୍ଡ ସ୍ଥାପନ କରିଛନ୍ତି।

ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ୍ ଦିନିକିଆ କ୍ରିକେଟରେ ୧୦୦ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଏହି ସଫଳତା ହାସଲ କରିଥିବା ପ୍ରଥମ ଖେଳାଳି। ଫାଇନାଲରେ ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ଖରାପ ଥିଲା। ଆରନ୍ ଜର୍ଜ ୯ ରନ କରି ଆଉଟ୍ ହୋଇଥିଲେ। ତଥାପି, ଆୟୁଷ ମହାତ୍ରେଙ୍କ ସହ ମିଶି ବୈଭବ ସୂର୍ଯ୍ୟବଂଶୀ ଇଂଲିସ୍ ବୋଲରମାନଙ୍କୁ ଝଟକା ଦେଇଥିଲେ। ସୂର୍ଯ୍ୟବଂଶୀ ୩୨ ବଲରେ ତାଙ୍କର ଅର୍ଦ୍ଧଶତକ ଏବଂ ୫୫ ରନ୍ ରେ ତାଙ୍କର ଶତକ ପୂରଣ କରିଥିଲେ। ସୂର୍ଯ୍ୟବଂଶୀ ୭୧ ବଲ୍ ରେ ତାଙ୍କର ୧୫୦ ରନ୍ ପୂରଣ କରିଥିଲେ। ଲୁମସେନଙ୍କ ସେ ଆଉଟ ହୋଇଥିଲେ।

also- U-19 ବିଶ୍ୱକପ୍ : ଟାଇଟଲ୍ ପାଇଁ ଲଢିବେ ଭାରତ-ଇଂଲଣ୍ଡ, ଷଷ୍ଠ ଥର ଚାମ୍ପିଅନ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଇଂଲଣ୍ଡ ବିପକ୍ଷରେ ରନର ଝଡ଼ର ସୃଷ୍ଟି କରିଥିଲା । ୧୯ ବର୍ଷରୁ କମ୍ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଶତକ ମାରିଛନ୍ତି। ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଦ୍ରୁତତମ ଶତକ ମଧ୍ୟ ମାରିଛନ୍ତି। ଏହା ସୂର୍ଯ୍ୟବଂଶୀଙ୍କର ଚଳିତ ବର୍ଷ ଦ୍ୱିତୀୟ ଶତକ ଏବଂ ୧୯ ବର୍ଷରୁ କମ୍ କ୍ୟାରିୟରର ଚତୁର୍ଥ ଶତକ।