ସୋନପୁର ୧୭।୦୭ : ସାରା ରାଜ୍ୟରେ ଲାଗି ରହିଛି ବର୍ଷା ।ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବା ଫଳରେ ଅନେକ ତଳିଆ ଅଞ୍ଚଳରେ ପଶିଛି ପାଣି । ସୋନପୁର ଜିଲ୍ଲାରେ ବି ଘଡ଼ଘଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଯାହାଫଳରେ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଜିଲ୍ଲା ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଆଜି ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସବୁ ଛୁଟି ଘୋଷଣା କରାଯାଇଛି । ଯଦି ଆଗାମୀ ଦିନରେ ବର୍ଷା ଲାଗିରହିଲା । ତେବେ ବର୍ଷାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଖାସ୍ କରି ତଳିଆ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।