ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲା ଅନ୍ତର୍ଗତ ରେଣୁକୁଟ ଅଞ୍ଚଳରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତଳେ ଯାଉଥିବା ଆଇସକ୍ରିମବାଲାଙ୍କଠାରୁ ଆଇସକ୍ରିମ୍ କିଣିବା ଲୋଭରେ ଜଣେ ବ୍ୟକ୍ତି ନିଜ ଘରର ଛାତ ଉପରୁ ସିଧା ତଳେ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି।

'ଣ ଘଟିଥିଲା?
ବ୍ୟକ୍ତି ଜଣକ ନିଜ ଘରର ପ୍ରଥମ ମହଲା ଛାତ ଉପରେ ଠିଆ ହୋଇଥିଲେ। ସେହି ସମୟରେ ତଳେ ଜଣେ ଆଇସକ୍ରିମ୍ ବିକ୍ରେତାଙ୍କୁ ଦେଖି ସେ ତଳକୁ ନ ଓହ୍ଲାଇ ଛାତ କଡ଼ରୁ ଝୁଙ୍କି ଆଇସକ୍ରିମ୍ ଧରିବାକୁ ଚେଷ୍ଟା କରିଥିଲେ।ଝୁଙ୍କିବା ସମୟରେ ହଠାତ୍ ତାଙ୍କର ଭାରସାମ୍ୟ ବିଗିଡ଼ି ଯାଇଥିଲା। ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ସେ ନିଜକୁ ସମ୍ଭାଳି ନପାରି ସିଧା ତଳକୁ ଖସିପଡ଼ିଥିଲେ।ଘଟଣାସ୍ଥଳରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ତାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ବର୍ତ୍ତମାନ ଚିକିତ୍ସା ଚାଲିଛି।

ପୋଲିସ ଓ ପ୍ରଶାସନର ଚେତାବନୀ

ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇଛି। ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ସତର୍କ କରାଯାଇ କୁହାଯାଇଛି ଯେ, ଛାତ କିମ୍ବା ବାଲକୋନି କଡ଼ରେ କେବେବି ଅସାବଧାନତାର ସହ ଝୁଙ୍କିବା ଉଚିତ ନୁହେଁ। ଛୋଟ ଅସାବଧାନତା ମଧ୍ୟ ବଡ଼ ବିପଦର କାରଣ ପାଲଟିପାରେ।ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଶିକ୍ଷା। ଆଇସକ୍ରିମ୍ କିମ୍ବା ଅନ୍ୟ କୌଣସି ଜିନିଷ ପାଇଁ ନିଜ ଜୀବନକୁ ବିପଦରେ ପକାଇବା ଉଚିତ ନୁହେଁ। ସବୁବେଳେ ସୁରକ୍ଷିତ ଉପାୟରେ ତଳକୁ ଓହ୍ଲାଇ କାର୍ଯ୍ୟ କରିବା ହିଁ ବୁଦ୍ଧିମାନର କାମ।