ଢେଙ୍କାନାଳ ୬।୯: ପାରିବାରିକ କଳହରୁ ମରଣାନ୍ତକ ଆକ୍ରମଣ । ଶାଶୁକୁ ମାଡ଼ ମାରିବାରୁ ଉତ୍ତେଜିତ ଶ୍ବଶୁର କଟୁରିରେ ଜ୍ବାଇଁକୁ ଆକ୍ରମଣ କରିଛି । ଫଳରେ କଟୁରି ଚୋଟରେ ଜ୍ବାଇଁର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଯନ୍ତାରିବୋଲ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । କଟୁରି ଚୋଟରେ ଗୁରୁତର ଯୁବକ ଜଣଙ୍କ ଅଜୁ ବାଆଁରା ବୋଲି ଜଣାପଡିଛି ।

କଟୁରି ଚୋଟରେ ଅଜୁର ବେକ ଓ ହାତରେ ଗଭୀର କ୍ଷତ ହୋଇଛି । ଫଳରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡିଛି । ଚିକିତ୍ସା ପାଇଁ ପ୍ରଥମେ ଗୁରୁତର ଅଜୁକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ଅତି ଗୁରୁତର ଯୋଗୁଁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

Also Read:- ପାରାଦୀପ ବନ୍ଦରର ନୂଆ ରେକର୍ଡ, ପ୍ରଥମ ଥର ବର୍ଥ ହେଲା କେପ୍ ସାଇଜ୍ ଜାହାଜ

ଅଜୁ ତାଙ୍କ ଶ୍ବଶୁର ଘର ଯନ୍ତାରିବୋଲ ଗାଁରେ ରୁହନ୍ତି । ତେବେ ପ୍ରଥମ ପତ୍ନୀ ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ବିବାହ କରିବାକୁ ନେଇ ପତ୍ନୀଙ୍କ ସହିତ ପାଟିତୁଣ୍ଡ ଓ ବାଦ ବିବାଦ ଲାଗିରହିଥିଲା । ରବିବାର ମଧ୍ୟାହ୍ନରେ ପତ୍ନୀ ସହିତ ପାଟିଟିଣ୍ଡ ବେଳେ ତାଙ୍କ ଶାଶୁ ହସ୍ତକ୍ଷେପ କରିଥିଲେ । ଫଳରେ ଅଜୁ ଉତକ୍ଷିପ୍ତ ହୋଇ ଶାଶୁକୁ ମାଡ଼ ମାରିଥିଲେ । ଏହା ଦେଖି ତାଙ୍କ ଶ୍ୱଶୁର ଉପେନ୍ଦ୍ର ମୁଣ୍ଡା ଘରେ ଥିବା ଏକ କଟୁରିରେ ଅଜୁକୁ ଆକ୍ରମଣ କରିଥିବା କୁହାଯାଉଛି । ତେବେ ଘଟଣା ପରେ ଅଭିଯୁକ୍ତ ଉପେନ୍ଦ୍ର ଫେରାର ହୋଇଯାଇଛି । ଖବର ପାଇ କାମାକ୍ଷାନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Watch Video: