ମୋରଡ଼ା ୨୬।୦୩ : ମାତ୍ର ୪୦୦ ଟଙ୍କା । ପୁଅ ଭୁଲିଗଲା ବାପା ସ୍ନେହ । ଯେଉଁ ବାପାର ହାତ ଧରି ଚାଲିବା ଶିଖିଥିଲା । ଆଜି ସେହି ବାପାକୁ ହତ୍ୟା କରିବାକୁ ବି ପଛାଇଲାନି । ବାଉଁଶ ବାଡ଼ିରେ ପିଟି ପିଟି ବାପାକୁ ହତ୍ୟା କରିଛି ଜହ୍ଲାଦ ପୁଅ । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡ଼ା ଫାଣ୍ଡି ଅଞ୍ଚଳରୁ ଆସିଛି ଏମିତି ଅଜବ ଘଟଣା ।

Also Read:-ଟେଷ୍ଟ ଡ୍ରାଇଭ କହି ଲୁଟି ନେଲେ ଦେଢ କୋଟିର କାର୍...

ଖବର ଅନୁଯାୟୀ, ହଳଦୀପାଳ ପଞ୍ଚାୟତ ଲଦଡିହି ଗାଁର ଗୋବନ୍ଦି ମାର୍ଣ୍ଡି (୮୦ ବର୍ଷ)ଙ୍କ ଠାରୁ ପୁଅ ମଧୁ ମାର୍ଣ୍ଡି (୩୬ ବର୍ଷ) ପ୍ରତିଦିନ ଟଙ୍କା ନିଅନ୍ତି । ବୁଧବାର ରାତି ୯ଟା ସମୟରେ ଗୋବିନ୍ଦ ଶୋଇଥିବା ସମୟରେ ପୁଅ ମଧୁ ତାଙ୍କୁ ସଜନା ଛୁଇଁ ବିକ୍ରି କରିଥିବା ବାବଦରେ ୪୦୦ ଟଙ୍କା ମାଗିଥିଲେ । କିନ୍ତୁ ଗୋବିନ୍ଦ ମନା କରିଦେଇଥିଲେ । ଯେଉଁଥିରେ ନିଶାଶକ୍ତ ଅବସ୍ଥାରେ ଥିବା ପୁଅ ମଧୁ ରାଗିଯାଇଥିଲା ।ଗୋବିନ୍ଦଙ୍କୁ ଏକ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲା ।

Also Read:-ରୋଷେଇ ବେଳେ ଫାଟିଗଲା ୬ ମାସ ପୁରୁଣା ଇଣ୍ଡକ୍ସନ, ଏଲପିଜି ସଙ୍କଟ ମଧ୍ୟରେ ସୁରକ୍ଷା ନେଇ ଭୟ

ସେପଟେ ପୂର୍ବାହ୍ନ ୧୦ ଟା ସମୟରେ ଘଟଣା ସଂପର୍କରେ ଖବର ପାଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁରା ଘଟଣାର ତଦନ୍ତ କରିବା ସହ ହତ୍ୟାକାରୀ ପୁଅ ମଧୁଙ୍କୁ ଅଟକ ରଖିଛି ।ପୂର୍ବରୁ ମଧ୍ୟ ବାପାଙ୍କ ଭତ୍ତା ଟଙ୍କା ଜୋରଜବରଦସ୍ତ ଛଡ଼ାଇ ନେଉଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ ।