ସୂର୍ଯ୍ୟ ପରାଗ: ୨୦୨୬ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଜ୍ୟୋତିଷ ଜଗତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଅଗଷ୍ଟ ୧୨ରେ ଲାଗିବାକୁ ଥିବା ଏହି ସୂର୍ଯ୍ୟ ପରାଗ ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ । ଏଥିପାଇଁ ବିଶ୍ୱର କେତେକ ସ୍ଥାନରେ ଦିନରେ ହିଁ ରାତି ଭଳି ଦୃଶ୍ୟ ଦେଖିବାକୁ ମିଳିବ । ଚନ୍ଦ୍ରଙ୍କ ରାଶି କର୍କଟରେ ଲାଗୁଥିବା ଏହି ପରାଗ ଭାରତରେ ଦେଖାଯିବ ନାହିଁ, କିନ୍ତୁ ଜ୍ୟୋତିଷ ଗଣନା ଅନୁସାରେ ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବ । ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ପରାଗ ଭାଗ୍ୟ ବଦଳାଇବା ଭଳି ସାବ୍ୟସ୍ତ ହୋଇପାରେ ।

ସୂର୍ଯ୍ୟ ପରାଗର ସମୟ

ଭାରତୀୟ ସମୟ ଅନୁସାରେ, ଏହି ସୂର୍ଯ୍ୟ ପରାଗ ଅଗଷ୍ଟ ୧୨ ରାତି ୧୧ଟା ୧୭ ମିନିଟ୍ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ଅଗଷ୍ଟ ୧୩ ସକାଳ ୦୪ଟା ୨୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ ।

ଭାରତରେ ସୂତକ କାଳ ମାନ୍ୟ ହେବ କି ?

ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗ ୟୁରୋପ, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ, ଉତ୍ତର ରୁଷ ଏବଂ ଆର୍କଟିକ ଅଞ୍ଚଳରେ ସ୍ପଷ୍ଟ ଭାବେ ଦେଖାଯିବ । କିନ୍ତୁ ଭାରତରେ ଦୃଶ୍ୟମାନ ହେବ ନାହିଁ । ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ଏଠାରେ ଏହାର ସୂତକ କାଳ ମାନ୍ୟ ହେବ ନାହିଁ । ତେଣୁ ଲୋକମାନଙ୍କୁ ପୂଜାପାଠ କିମ୍ବା ଦୈନନ୍ଦିନ କାର୍ଯ୍ୟରେ କୌଣସି ପ୍ରକାରର କଟକଣାର ସାମ୍ନା କରିବାକୁ ପଡ଼ିବ ନାହିଁ ।

କର୍କଟ ରାଶିରେ ଲାଗିବ ପରାଗ, ୧୫ ଦିନ ଯାଏଁ ରହିବ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଚନ୍ଦ୍ରଙ୍କ ସ୍ୱାମୀତ୍ୱରେ ଥିବା କର୍କଟ ରାଶିରେ ଲାଗିବାକୁ ଯାଉଛି । ଭାରତରେ ଦେଖା ନଗଲେ ମଧ୍ୟ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ରହିବ । ଏହି ପରାଗ କିଛି ରାଶି ପାଇଁ ବଡ଼ ଆହ୍ୱାନ ଆଣିପାରେ, କିଛି ରାଶିର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ।

ଏହି ୩ଟି ରାଶି ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପରାଗ ଆର୍ଥିକ ଦୃଷ୍ଟିରୁ ଏକ ବରଦାନ ସଦୃଶ ହୋଇପାରେ । ହଠାତ୍ ଧନଲାଭର ପ୍ରବଳ ଯୋଗ ସୃଷ୍ଟି ହେଉଛି । ଆୟର ନୂଆ ଉତ୍ସ ସାମ୍ନାକୁ ଆସିପାରେ । ତେବେ କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ କାମ ବିଗିଡ଼ିପାରେ ।

କନ୍ୟା ରାଶି: କନ୍ୟା ରାଶିର ଲୋକଙ୍କ ପାଇଁ ଦୀର୍ଘ ଦିନରୁ ଅଟକି ରହିଥିବା କାମ ଏବେ ଗତି ଧରିବ । କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଏହା ସଠିକ୍ ସମୟ । ଆର୍ଥିକ ସ୍ଥିତି ମଜଭୁତ ହେବ ଏବଂ ଧନ ଆସିବା ପାଇଁ ନୂଆ ରାସ୍ତା ଖୋଲିବ ।

ମୀନ ରାଶି: ମୀନ ରାଶିର ଲୋକଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିପାରେ । ଚାକିରିଆଙ୍କ ପଦୋନ୍ନତି ଏବଂ ବ୍ୟବସାୟୀଙ୍କ ଲାଭ ବଢ଼ିବାର ଯୋଗ ରହିଛି । କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ ।

ବୃଷ, ବିଛା ଏବଂ କୁମ୍ଭ ରାଶି ସାବଧାନ ରୁହନ୍ତୁ

ଏହି ତିନୋଟି ରାଶି ପାଇଁ ପରାଗର ପ୍ରଭାବ ମିଶ୍ରିତ ରହିବ । କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିପାରେ । କିନ୍ତୁ ସ୍ୱାସ୍ଥ୍ୟ ମାମଲାରେ ଅବହେଳା କଲେ ତାହା ମହଙ୍ଗା ପଡ଼ିପାରେ । ଏହି ସମୟ ମଧ୍ୟରେ ଅଯଥା ଯାତ୍ରାରୁ ଦୂରେଇ ରୁହନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)