ସୋର ୨୯।୬: ଶ୍ରୀ ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା । ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ କୁଶକ୍ଷେତ୍ର ଗୁଡ଼ ଶ୍ରୀ ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା ମହାସମାରୋରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ୧୦ କ୍ବିଣ୍ଟାଲ କ୍ଷୀରରେ ସ୍ନାନ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି l ସକାଳେ ପ୍ରଭୁଙ୍କ ନୀତିକାନ୍ତି ପୂଜା ପରେ ପ୍ରଭୁଙ୍କ ଦ୍ବାରା ପ୍ରଦାନ କରାଯାଇଥିବା କ୍ଷୀରରେ ସ୍ନାନ କରିଥିଲେ l କ୍ଷୀରରେ ଶ୍ରୀ ବଳଦେବଜୀଉ ସ୍ନାନ କରିବା ବିରଳ ଘଟଣା l

ଚତୁର୍ଦ୍ଧାମୂର୍ତ୍ତିଙ୍କର ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ପରେ ଗୋଟି ପହଣ୍ଡିରେ ଶହ ଶହ ଶ୍ରଦ୍ଧାଳୁଙ୍କ ଦ୍ୱାରା ଘଣ୍ଟ, ଘଣ୍ଟା, ହୁଳହୁଳି ଜୟ ଜଗନ୍ନାଥ ଧୂନି ଓ ସଂକୀର୍ତନ ମଧ୍ୟରେ ସ୍ନାନ ମଣ୍ଡପକୁ ଅଣା ଯାଇଥିଲା । ସେବାୟତ ମାନେ ଶ୍ରୀ ସୁଦର୍ଶନ, ପ୍ରଭୁ ବଳଭଦ୍ରଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଇବା ପରେ ସମସ୍ତ ନୀତିକାନ୍ତି କରାଯାଇଥିଲା । ପରେ ୧୦୮ ସୁବାସିତ ଜଳ, କ୍ଷୀରରେ ଜୀଉଙ୍କୁ ସ୍ନାନ କରାଯାଇଥିଲା ।

Also Read:- ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଲୁହା ରଡ୍‌ରେ ପିଟି ପିଟି ଯୁବକଙ୍କୁ ହତ୍ୟା

ସ୍ନାନ ସମୟରେ ଜୟ ବଳଦେବଜୀଉ ଓ ହରିବୋଲ ଧ୍ଵନିରେ ପରିବେଶ ପ୍ରକମ୍ପିତ ହୋଇଯାଇଥିଲା । ପରେ ଠାକୁରଙ୍କୁ ଅଣସର ମଣ୍ଡପକୁ ନିଆ ଯାଇଥିଲା । ଏହି ପବିତ୍ର କାର୍ଯ୍ୟକ୍ରମକୁ ସେବାୟତ ମାନେ ପରିଚାଳନା କରିଥିଲେ l