ଭୁବନେଶ୍ୱର ୨୬।୦୪ : ପଶ୍ଚିମରେ ୪୩ ଡିଗ୍ରୀ, ଉପକୂଳରେ ୩୮-୪୦ ଡିଗ୍ରୀ ସେଲସିୟସ୍। ରବିବାରକୁ ନେଇ ଏମିତି ପାଣିପାଗ ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ। ସୋମବାର ବି ପ୍ରାୟତଃ ସମାନ ସ୍ଥିତି ସ୍ଥିତି ରହିପାରେ। ୨୮ ତାରିଖ (ମଙ୍ଗଳବାର) ବେଳକୁ ସାମାନ୍ୟ କମିପାରେ ପାରେ ତାପମାତ୍ରା। ହେଲେ ବଡ଼ ଧରଣର ଆଶ୍ୱସ୍ତି ମିଳିନପାରେ।

ତେବେ ୪୦ ଡିଗ୍ରୀ ଉପରେ ୧୭ ସହର ଓଡ଼ିଶା କିଛିଦିନ ହେବ ଗ୍ରୀଷ୍ମ ନିଆଁରେ ଜଳୁଛି। ଶନିବାର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡି ଡିଗ୍ରୀ ସେଲସିୟସ୍ ଉ ଉପରେ ଥିଲା। ଝାରସୁଗୁଡ଼ା ଯେମିତି ନିଆଁ ନିଆଁ ପିଣ୍ଡୁଳା ପାଲଟିଯାଇଛି। ଶନିବାର ତାପମାତ୍ରା ଥିଲା ୪୪.୧ ଡିଗ୍ରୀ ସେଲସିୟସ୍। ସ୍ବାଭାବିକ ଠାରୁ ପ୍ରାୟ ୩ ଡିଗ୍ରୀ ଅଧିକ। ନ। ସ୍ବାଭାବିକ ତୁଳନାରେ ଅଢ଼େଇ ଡିଗ୍ରୀ ଉପରକୁ ଉଠି ଟିଟିଲାଗଡ଼ ତାପମାତ୍ରା ୪୩ ଛୁଇଁଥିଲା । ବଲାଙ୍ଗୀର ତାପମାତ୍ରା ୪୩.୫ ଡିଗ୍ରୀ, ଗ୍ରୀ, ନୂଆପଡ଼ା ୪୩, ସୁନ୍ଦରଗଡ଼ ୪୨.୮, ସମ୍ବଲପୁର ସୋନପୁର ୪୨.୬, ହୀରାକୁଦ ୪୨.୬, ସୋନା ୪୨.୩, ଭବାନୀପାଟଣା ୪୨ ୪୨ ଡିଗ୍ରୀ ଥିଲା। ଭୁବନେଶ୍ଵର ଓ କଟକ ସାମାନ୍ୟ କମିଥିଲା, କଟକରେ ତାତି ଭିତରେ ପାରଦ ଥିଲା ଯଥାକ୍ରମେ ୩୬.୮ ଡିଗ୍ରୀ ଓ ୩୬.୬ ଡିଗ୍ରୀ ସେଲସିୟସ।

Also Read:-Horoscope Today : ଏପ୍ରିଲ ୨୬ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୨/ ୩ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା'ପରେ ୨ରୁ ୪ ଡିଗ୍ରୀ କମିପାରେ। ରବିବାର ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ଅନ୍ୟପଟେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସଜ୍ଜା ୨ ଦିନ ଗରମ ଓ ଗୁଳୁଗୁଳି ଲାଗି ରହିବ। ଆସନ୍ତା ୧ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି। ଗଢିବାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଗରମ ସହ ଗୁଳୁଗୁଳି ନାକେଦମ କରିପାରେ ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୨୭ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ୨୬ ରାତିରୁ କାଳବୈଶାଖୀ ବଢିପାରେ । ଏହି ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିବ ।