SIR Phase 3: ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ କରାଯିବ। ଯେଉଁଥିରେ ଅନ୍ୟାନ୍ୟା ରାଜ୍ୟ ସହିତ ଓଡିଶାରେ ବି ଏସଆଇଆର୍ କରାଯିବ। ଓଡ଼ିଶା ପାଇଁ ୩୮୧୨୩ ବିଏଲଏ (Booth Level Officers), ୮୩୯୧ ବିଏଲଏ ( Booth Level Agents​​​​​​​)ଙ୍କୁ ନିଯୁକ୍ତ କରାଯାଇଛି। 

ତେବେ ତୃତୀୟ ପର୍ଯ୍ୟାୟରୁ ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ ବାଦ ଦିଆଯାଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଭୌଗଳିକ ଓ ପାଣିପାଗ ସମ୍ପର୍କିତ ସମସ୍ୟା ରହିଥିବାରୁ ପରେ ଏହିଠାରେ ଏସଆଇଆର୍ କରାଯିବ ବୋଲି ମୁଖ୍ୟ ଇଲେକ୍ସନ କମିଶନ କହିଛନ୍ତି। ଗୁରୁବାର ଏନେଇ ଇସିଆଇଙ୍କ ପକ୍ଷରୁ ଘୋଷଣା କରାଯାଇଛି।

​​​​​​​​​​​​​​ତୃତୀୟ ପର୍ଯ୍ୟାୟରେ, ୩.୯୪ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟାରେ ନିୟୋଜିତ ହେବେ। ପ୍ରାୟ ୩୬.୭୩ କୋଟି ଭୋଟରଙ୍କ ଘରେ ଘରେ ଯାଇ ଏମାନେ ଯାଞ୍ଚ କରିବେ। ଏହି ପର୍ଯ୍ୟାୟରେ ଦିଲ୍ଲୀ ମଧ୍ୟ ସାମିଲ ହେବ।

May be an image of text

ଜାତୀୟ ଜନଗଣନା ଅଧୀନରେ ଚାଲିଥିବା ଘର ଗଣନା କାର୍ଯ୍ୟ ସହିତ ଏସଆଇଆର କାର୍ଯ୍ୟସୂଚୀକୁ ସଂଲଗ୍ନ କରାଯାଇଛି। ଫଳରେ ଦୁଇଟି କାର୍ଯ୍ୟ ଏକା ସହିତ କରାଯିବ। ଫଳରେ ଉଭୟ ପ୍ରକ୍ରିୟାରେ ପ୍ରଶାସନିକ କଳର ସୁବିନିଯୋଗ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।

ଇସିଆଇଙ୍କ ସୂଚନା ଅନୁସାରେ, ବାକି ରହିଯାଇଥିବା ଅଞ୍ଚଳଗୁଡ଼ିକ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ପୃଥକ ଭାବରେ କାର୍ଯ୍ୟସୂଚୀ ଜାରି କରାଯିବ।। ଏଥିରେ ଜଗଣନାର ଦ୍ୱିତୀୟ ପର୍ଯ୍ୟାୟ ପୂରା ହେବା, ଉଚ୍ଚ-ପାହାଡ଼ିଆ ଓ ତୁଷାରପାତ ଅଞ୍ଚଳ ଭଳି ପାଣିପାଗ ସମ୍ବିନ୍ଧୀୟ ଚ୍ୟାଲେଞ୍ଜ ଥିବା ଅଞ୍ଚଳଗୁଡ଼ିକୁ ଧ୍ୟାନ ଦିଆଯିବ।

Also Read- ଭାରତ ପାଇଁ ଖୁସି ଖବର ! ହର୍ମୁଜ ପାର କଲା LPG ଟ୍ୟାଙ୍କର୍ MV ସନସାଇନ୍

ଏଥିରେ ଆହୁରି କୁହାଯାଇଛି ଯେ ବର୍ତ୍ତମାନ ଏହିସବୁ ଅଞ୍ଚଳରେ ନାନା ବାଧାବିଘ୍ନ ରହିଥିବାରୁ ଏହି ତିନୋଟି ଅଞ୍ଚଳ ପାଇଁ ଏସଆଇଆର୍ କାର୍ଯ୍ୟକାରୀକୁ ସ୍ଥଗିତ ରଖାଯାଇଛି। ପରିସ୍ଥିତି ଉପଯୁକ୍ତ ହେବା ପରେ ଏହିସବୁ ଅଞ୍ଚଳମାନଙ୍କରେ ଏସଆଇଆର କାର୍ଯ୍ୟକାରୀ କରାଯିବ।

May be an image of text​​​​​​​

ତୃତୀୟ ପର୍ଯ୍ୟାୟ ଏସଆଇଆର୍ ଶୁଭାରମ୍ଭ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି “ମୁଁ ସମସ୍ତ ଭୋଟରଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ଗଣନା ଫର୍ମ ଦାଖଲ କରିବାକୁ ନିବେଦନ କରୁଛି।” ଏସଆଇଆର ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଏବଂ ଅଯୋଗ୍ୟ ନାମ ଅନ୍ତର୍ଭୁକ୍ତ ହେବାରୁ ରୋକିବା ବୋଲି କହିଛନ୍ତି ସିଇସି।

ପୂର୍ବରୁ ସରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଂଶୋଧନ

​​​​​​​SIRର ପ୍ରଥମ ପର୍ଯ୍ୟାୟ କିଛି ନିର୍ଦ୍ଦିଷ୍ଟ ରାଜ୍ୟଗୁଡ଼ିକରେ କରାଯାଇଥିଲା, ଯେଉଁଥିରେ ବିହାର ବି ସାମିଲ ଥିଲା। ଏହା ଜୁନରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ହୋଇଥିଲା। ଯାଞ୍ଚ ପରେ, ବିହାରରେ ପ୍ରାୟ ୪୭ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା। ଯାହା ରାଜ୍ୟର ମୋଟ ଭୋଟରଙ୍କ ପ୍ରାୟ ୫-୬ ପ୍ରତିଶତ ଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଏସଆଇଆର ୨୭ ଅକ୍ଟୋବର, ୨୦୨୫ରେ ଆରମ୍ଭ ହୋଇଥିଲା ଏବଂ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ୯ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିରେ କଭର କରାଯାଇଥିଲା। ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ୨.୦୪ କୋଟି ଭୋଟରଙ୍କ ନାଁ କାଟି ଦିଆଯାଇଛି। ଏହାପରେ ପଶ୍ଚିମବଙ୍ଗରେ ୮୩.୮୬ ଲକ୍ଷ ଭୋଟରଙ୍କ ନା ବି କାଟି ଦିଆଯାଇଛି। ଏବେ ଯେହେତୁ ତୃତୀୟ ପର୍ଯ୍ୟାୟ ଏସଆଇଆର୍‌ ଭିତରେ ଓଡ଼ିଶା ରହିଛି, ତେଣୁ ଏଥିରେ କେତେ ଭୋଟର କଟିବେ ତାହା ଦେଖିବା ବାକି ରହିଲା।