ନୂଆଦିଲ୍ଲୀ ୧୫।୦୭; ଲୋକପ୍ରିୟ ସିଙ୍ଗର କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଗବସ୍ ୧୪ର ପ୍ରତିଯୋଗୀ ଜାନ କୁମାରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଶରୀରରେ ଏକାଧିକ କୋଭିଡ ୧୯ ଲକ୍ଷଣ ଦେଖାଯାଉଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ମଧ୍ୟ ଏହା ପୂର୍ବରୁ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଜାନ କୁମାର କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଜାନ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହସ୍ପିଟାଲ ବେଡରୁ ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗୋଟିଏ ଭିଡିଓ ସେୟାର ମଧ୍ୟ କରିଛନ୍ତି। ସେ ସୁସ୍ଥ ରହିଥିଲେ ହେଁ କରୋନା ସଂକ୍ରମଣ ପୁଣି ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ଏବେ କରୋନ ସଂକ୍ରମଣ ମଧ୍ୟମଧରଣର ରହିଛି। ଏହାର ଚିକିତ୍ସା ଘରେ କରାଯାଇ ପାରିବ। ତେବେ ସଂକ୍ରମଣ ଏବେ ବି ବୟସ୍କ, ବହୁବିଧ ରୋଗୀ ଓ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବିଗାଡ଼ାକୁ ସକ୍ଷମ ବୋଲି ଡାକ୍ତରମାନେ କହିଛନ୍ତି।

ବିଶେଷଜ୍ଞମାନଙ୍କ କହିବା କଥା ଯେ ବର୍ତ୍ତମାନ ଭୟଭୀତ ହେବା ପରିବର୍ତ୍ତେ ପ୍ରାଥମିକ ସ୍ତରରେ ଲକ୍ଷଣଗୁଡ଼ିକୁ ଚିହ୍ନିବା, ସାଧାରଣ ସତର୍କତା ଅବଲମ୍ବନ କରିବା ଓ ଗୁରୁତର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଫରିଦାବାଦ୍ର ଅମୃତା ହସ୍ପିଟାଲ୍ର ପଲ୍ମୋନାରୀ ମେଡିସିନ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର କହିଛନ୍ତି, “କରୋନା ପଜିଟିଭ୍ ଚିହ୍ନଟ ହେଲେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଗାୟକ ଜାନ୍ କୁମାର ସାନୁ କୋଭିଡ୍ ପଜିଟିଭ୍ ହେବା ପରେ ନିକଟରେ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପୁଣିଥରେ ଏହି ଭୂତାଣୁ ନେଇ ଚର୍ଚ୍ଚା ଆରମ୍ଭ କରିଛି।