ନୂଆଦିଲ୍ଲୀ, ୧୧/୧୨:ରୁପା ଦରରେ ନିଆଁ । ହୁହୁ ହୋଇ ବଢିବାରେ ଲାଗିଛି ରୁପା ଦର । ସବୁଠାରୁ ଭଲ କ୍ୱାଲିଟିର ରୁପା ୨ଲକ୍ଷ ଛୁଇଁଥିବା ବେଳେ ୯୨୫ମାନର ରେଟ୍ ଲକ୍ଷେ ୯୦ହଜାରରେ ପହଁଚିଛି । ଯାହାର ପ୍ରଭାବ ସୁନା ଉପରେ ପଡିପାରେ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ ।

ବୁଧବାର ରୁପା ଦରରେ ୨ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଗୁରୁବାର ମଧ୍ୟ ସମାନ ହାରରେ ଦାମ୍ ବଡିଛି ।ଏମସିଏକ୍ସରେ ରୁପା ଦର ମାର୍ଚ୍ଚ ମାସ ପାଇଁ କେଜି ପିଛା ୧ଲକ୍ଷ୯୧ହଜାର ୮୦୦ଟଙ୍କାରେ ପହଁଚିଥିଲା । ସେହିପରି ସୁନା ଦର ମଧ୍ୟ ଫେବ୍ରୁଆରୀ ପାଇଁ୧୦ଗ୍ରାମ୍ ପିଛା ଲକ୍ଷେ ୩୦ହଜାର୫୦୨ ଟଙ୍କାରେ ପହଁଚିଛି ।

କେବଳ ଭବିଷ୍ୟତ ଦର ନୁହେଁ ଦୈନିକ ଦାମରେ ସୁନା ଏବଂ ରୁପା ଦର ଅଧିକ ରହିଛି । ଗତବର୍ଷ ତୁଳନାରେ ସୁନା ୬୮ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରୁପା୧୦୮ପ୍ରତିଶତ ବଢିଛି ।୨୦୨୪ ଡିସେମ୍ବର ୩୧ରେ ୯୨୫ମାନର ରୁପା ଦର କେଜି ପିଛା ୮୫,୮୫୧ଟଙ୍କା ଥିବା ବେଳେ ଚଳିତ ବର୍ଷ ଡିସେମ୍ବର୯ରେ ଏହା ଲକ୍ଷେ ୭୮ହଜାର ୮୬୧ଟଙ୍କା ରହିଥିଲା । ସେହିପରି ସୁନା ଗତ ବର୍ଷ ଡିସେମ୍ବର ୩୧ରେ ୭୫,୯୧୩ ଟଙ୍କା ରହିଥିଲା । ଯାହା ଏବର୍ଷ ଡିସେମ୍ବର୯ରେ ଏକ ଲକ୍ଷ ୨୭ହଜାର ୭୬୨ ଟଙ୍କା ରହିଛି ।

କୁହାଯାଉଛି ଯେ, ସାରା ବିଶ୍ୱରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ରୁପା ଦର ଉପରେ ପଡିଛି । ୟୁଏସ ଟାରିଫ, କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ସୁନା ରୁପା କ୍ରୟ ପାଇଁ ଦର ଉଚ୍ଚା ରହିଥିଲା ।

୨ ଲକ୍ଷ ଛୁଇଁଲା ରୁପା

ବିଶେଷଜ୍ଞଙ୍କ କହିବାନୁସାରେ, ୯୨୫ ମାନର ରୁପା ୨ଲକ୍ଷ ଟଙ୍କା ଅତିକ୍ରମ କରିପାରେ । ଏପରିକି ଏହା ୨ଲକ୍ଷ ୧୦ହଜାର ଛୁଇଁପାରେ । ଅଧିକ ଚାହିଦା ଯୋଗୁଁ ଦରଦାମ୍ ବୃଦ୍ଧି ପାଇବ । ଡିସେମ୍ବର ଶେଷ ସୁଦ୍ଧା ରୁପା ଦାମରେ ଅହେତୁକ ବୃଦ୍ଧି ଘଟିପାରେ । ଅନ୍ୟ ଦିଗରେ ୯୯୯ ମାନର ରୁପା ୨ ଲକ୍ଷରେ ପହଁଚି ସାରିଛି ।

ଆଜିର ଦାମ୍ କେତେ

ରିପୋର୍ଟ ଅନୁସାରେ, ଗୁରୁବାର ୨୪ କ୍ୟାରେଟ୍ ସୁନାର ଦର ଏକ ଲକ୍ଷ ୩୦ହଜାର ୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ରହିଛି ଏକ ଲକ୍ଷ୧୯ହଜାର୫୮୮ଟଙ୍କା ।୧୮ କ୍ୟାରେଟର ସୁନା ଦାମ୍ ୯୭ ହଜାର ୮୪୫ ଟଙ୍କା ରହିଛି । ଯାହା ବୁଧବାର ଅପେକ୍ଷା ୬୮୨ରୁ୯୧୦ଟଙ୍କା ବୃଦ୍ଧି ପାଇଛି । ଅନ୍ୟ ଦିଗରେ ୯୯୯ ମାନର ରୁପା ଦର୨ ଲକ୍ଷ ଛୁଇଁ ଏବେ ଏକ ଲକ୍ଷ ୯୯ ହଜାର ଟଙ୍କାରେ କାରବାର କରୁଛି। ଏହା ପୁଣି ୨ଲକ୍ଷ ଟପିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ୯୨୫ ମାନର ରୁପା ଦର ଏକ ଲକ୍ଷ ୮୯ହଜାର ଟଙ୍କା ରହିଛି ।