ନୂଆଦିଲ୍ଲୀ ୨୯/୦୧: ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର । ହୁ  ହୋଇ ବଢିଲା ଦର । ହାଇଜମ୍ପ୍ ମାରିଲା ସୁନାର ମୂଲ୍ୟ । ଦିନକରେ ୧୦ ହଜାରରୁ ଅଧିକ ବଢିଛି ଦର । ଷ୍ଟକ୍ ବଜାରରେ ହ୍ରାସ ଘଟିଚାଲିଥିବା ବେଳେ, ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ସୁନା ମୂଲ୍ୟ କେବଳ ₹୩୦୦୦ ରୁ ₹୫୦୦୦ ବୃଦ୍ଧି ପାଉଥିଲା । ହେଲେ ଆଜି ସୁନାରେ ରେକର୍ଡ ବୃଦ୍ଧି ହୋଇଛି ।

ମଲ୍ଟି କମୋଡ଼ିଟି ମାର୍କେଟରେ ସୁନା ପ୍ରାୟ ₹୧୬,୦୦୦ବୃଦ୍ଧି ପାଇଛି । ଆଉ ସୁନାକୁ ଟକ୍କର ଦେବାକୁ ମାର୍କେର ଏବେ ଧଳା ଧାତୁ । ରୂପା କିଲୋଗ୍ରାମ ₹୨୦,୦୦୦ ବୃଦ୍ଧି ପାଇଛି । ଯାହା ₹୪ ଲକ୍ଷ ଅତିକ୍ରମ କରିଛି । ପ୍ରଥମ ଥର ପାଇଁ, ରୂପାର ମୂଲ୍ୟ ₹୪ ଲକ୍ଷ ଅତିକ୍ରମ କରିଛି ।ଗୁରୁବାର ଦିନ, MCX ରେ ମାର୍ଚ୍ଚ ଫ୍ୟୁଚର୍ସ ପାଇଁ ରୂପାର ମୂଲ୍ୟ ୨୧,୨୭୬ ଟଙ୍କା ବୃଦ୍ଧି ପାଇ ୪,୦୬,୬୪୨ ଟଙ୍କାରେ ପହଞ୍ଚିଛି ।

ଯାହା ଏହାର ସର୍ବକାଳୀନ ସର୍ବାଧିକ। ସେହିପରି, ଏପ୍ରିଲ ୨ ଫ୍ୟୁଚର୍ସ ପାଇଁ ସୁନା ୧୫,୯୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୧,୯୩,୦୯୬ ଟଙ୍କାରେ ପହଞ୍ଚିଛି । ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି, ବିଶେଷଜ୍ଞମାନେ ନିବେଶକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। 

ଜାଣନ୍ତୁ କେଉଁ ସହରରେ ମୂଲ୍ୟ କେତେ?

ଚେନ୍ନାଇ: ୨୪ କ୍ୟାରେଟ- ୧୮,୩୨୮ ଟଙ୍କା, ୨୨ କ୍ୟାରେଟ୍- ୧୬,୮୦୦ ଟଙ୍କା, ୧୮ କ୍ୟାରେଟ୍- ୧୩,୯୦୦ ଟଙ୍କା

ଦିଲ୍ଲୀ: ୨୪ କ୍ୟାରେଟ- ୧୭,୯୦୦ ଟଙ୍କା, ୨୨ କ୍ୟାରେଟ୍- ୧୬,୪୧୦ ଟଙ୍କା , ୧୮ କ୍ୟାରେଟ୍- ୧୩,୪୨୯ ଟଙ୍କା

ମୁମ୍ବାଇ: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା, ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା

କୋଲକାତା: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା, ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା

ବାଙ୍ଗାଲୋର: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା, ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା

ଇଦ୍ରାବାଦ: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା , ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା