ସମ୍ବଲପୁର ୦୬।୦୪ : ଶ୍ୟାମ୍ ମେଟାଲିକ୍ସ ସିଲ୍ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କଲା ପ୍ରଶାସନ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ନିର୍ଦ୍ଦେଶ କ୍ରମେ ଏହି ସିଲ୍ କରାଯାଇଛି। କେବଳ ଅଫିସ କାର୍ଯ୍ୟ ଚାଲୁ ରହିବ।

ଖବର ଅନୁଯାୟୀ, ଶ୍ୟାମ ମେଟାଲିକ୍ସ ବିରୋଧରେ ବାୟୁ ଓ ପାଣି ପ୍ରଦୂଷଣ କରୁଥିବାର ଅଭିଯୋଗ ଆସିଥିଲା। ବିନା ଅନୁମତିରେ ପାଉଁଶ ପାହାଡ଼ ସୃଷ୍ଟି କରୁଥିବାର ଅଭିଯୋଗ ମଧ୍ୟ ରହିଛି। ଏହା ସହ ଜଳ ଭଣ୍ଡାର ଜମି କବଜା କରିଥିବା ଅଭିଯୋଗ ରହିଛି। ଯାହାକୁ ନେଇ ଗତ ୩୦ ତାରିଖରୁ ପ୍ଲାଣ୍ଟ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଥିଲା । ତାପରେ ବି କମ୍ପାନୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

Also Read:-Viral Pink Elephant Chanchal Death: ଫଟୋସୁଟ୍ ପାଇଁ ରଙ୍ଗ ବୋଳାଯାଇଥିବା ଗୋଲାପୀ ହାତୀର ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ଶେଷରେ ସୋମବାର ଦିନ ସକାଳୁ ସକାଳୁ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସୁରକ୍ଷାକର୍ମୀଙ୍କ ବଳୟରେ ପ୍ରଥମେ କମ୍ପାନୀର ମୁଖ୍ୟ ଗେଟ୍ରେ ତାଲା ମରାଯାଇଥିଲା । ଏହାପରେ କମ୍ପାନୀକୁ ସିଲ୍ କରାଯାଇଛି । ତେବେ କେବଳ ଅଫିସ କାମ ଜାରି ରହିବାକୁ ଅନୁମତି ଦିଆଯାଇଛି । ଯାହାଫଳରେ ଅଫିସ କାମରେ ନିୟୋଜିତ କର୍ମଚାରୀମାନେ ଅଫିସ ଯିବାଆସିବା କରିପାରିବେ । ଆଇ କାର୍ଡ ଦେଖାଇ କମ୍ପାନୀ ମଧ୍ୟ ଯାଇପାରିବେ ।

ତେବେ ଏହି କାର୍ଯ୍ୟାନୁଷ୍ଠାନ କେତେ ଦିନ ପାଇଁ ଲାଗୁ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କମ୍ପାନୀ ପକ୍ଷରୁ କୌଣସି ଉତ୍ତର ଦିଆଯାଇନାହିଁ କି ସିଲ୍ କରିବାକୁ ଆସିଥିବା ଅଧିକାରୀ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ଦେଖାଯାଉ ପ୍ରଶାସନର ଆକ୍ସନ ପରେ କେତେ ଦୂର ଚେତୁଛି ଶ୍ୟାମ୍ ମେଟାଲିକ୍ସ କାରଖାନା ।