ଶୁକ୍ର ଗୋଚର ୨୦୨୬: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ଧନ, ବୈଭବ, ବିଳାସପୂର୍ଣ୍ଣ ଜୀବନ, ପ୍ରେମ ଏବଂ ସୌନ୍ଦର୍ଯ୍ୟର କାରକ ବୋଲି ଧରାଯାଏ । ଶୁକ୍ର ଆସନ୍ତା ଅଗଷ୍ଟ ୨୫, ମଙ୍ଗଳବାର ଅପରାହ୍ନ ୧୨ଟା ୫୫ ମିନିଟରେ ଚିତ୍ରା ନକ୍ଷତ୍ରରେ ଗୋଚର କରିବାକୁ ଯାଉଛନ୍ତି । ଏହି ନକ୍ଷତ୍ରରେ ଶୁକ୍ର ସେପ୍ଟେମ୍ବର ୧୧, ୨୦୨୬ ପର୍ଯ୍ୟନ୍ତ ରହିବେ । ଏହି ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା ୪ଟି ରାଶିର ଲୋକଙ୍କୁ ବିଶେଷ ଲାଭ ମିଳିପାରେ ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଧନ ପ୍ରାପ୍ତି ପାଇଁ ଅନୁକୂଳ ହୋଇପାରେ । କାର୍ଯ୍ୟାଳୟରେ ଆପଣଙ୍କ ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବ । ବ୍ୟବସାୟରେ ନୂଆ ଡିଲ୍ ମିଳିପାରେ । ପାର୍ଟନରଶିପ୍ ବିଜନେସରେ କରାଯାଇଥିବା କାମର ଭଲ ପରିଣାମ ମିଳିବ । ସଫଳତାର ନୂଆ ରାସ୍ତା ଖୋଲିବ ।

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ଏହି ନକ୍ଷତ୍ର ଗୋଚର ଜୀବନରେ ସନ୍ତୁଳନ ଏବଂ ସକାରାତ୍ମକତା ଆଣିପାରେ । ନୂଆ ଯୋଜନାରେ କାମ ଆରମ୍ଭ କରିବା ପାଇଁ ଏହା ସଠିକ୍ ସମୟ । କାର୍ଯ୍ୟକ୍ଷେତ୍ରରେ ନୂଆ ସଫଳତା ହାସଲ ହୋଇପାରେ । କ୍ୟାରିୟରରେ ଦ୍ରୁତ ଅଗ୍ରଗତି ହେବ । ପ୍ରେମ ଜୀବନରେ ଚାଲିଥିବା ମନୋମାଳିନ୍ୟ ଓ ତିକ୍ତତା ଦୂର ହେବ ।

ତୁଳା ରାଶି

ତୁଳା ରାଶିର ଜାତକଙ୍କ ପାଇଁ ଶୁକ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭ ଫଳଦାୟୀ ପ୍ରମାଣିତ ହେବ । ଆୟ ବୃଦ୍ଧି କରିବାର ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସୁଖଦ ସମୟର ଆରମ୍ଭ ହୋଇପାରେ । ନୂଆ ପ୍ରେମ ସମ୍ପର୍କରେ ନିବିଡ଼ତା ଆସିବ । ମାନସିକ ଚାପ ଦୂର ହେବ ।

ବିଛା ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ବିଛା ରାଶିର ଲୋକଙ୍କ ପାଇଁ ଶୁଭ ପ୍ରମାଣିତ ହେବ । ଚାକିରି ବଦଳାଇବା ପାଇଁ କରୁଥିବା ଚେଷ୍ଟା ସଫଳ ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରିବ । ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ପ୍ରେମ ସମ୍ପର୍କିତ ବିଗିଡ଼ି ଯାଇଥିବା ବିଷୟଗୁଡ଼ିକୁ ସୁଧାରିବାର ସୁଯୋଗ ମିଳିବ । ଆତ୍ମବିଶ୍ୱାସ ବଢ଼ିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)