ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟି-୨୦। ମାତ୍ର ଏହି ମ୍ୟାଚ୍ ଠିକ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟର ଓ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଟିମର ଓପନିଂ ବ୍ୟାଟିଂ ସ୍ଲଟକୁ ନେଇ ସୃଷ୍ଟି ହୋଇଛି ବଡ଼ ଦ୍ବନ୍ଦ୍ବ। ଦଳର ଓପନର ଚୟନକୁ ନେଇ ଅଧିନାୟକ ଶ୍ରେୟସ ଆୟର ନିଜର ପ୍ରତିକ୍ରିୟା ରଖିବା ସହ ଏହା ଚୟନକର୍ତ୍ତା ଓ ମ୍ୟାନେଜମେଣ୍ଟ ପାଇଁ ଏକ ଚୂଡ଼ାନ୍ତ ଏକାଦଶ ଚୟନ ଏକ ବଡ଼ ସମସ୍ୟା ବୋଲି ସ୍ବୀକାର କରିଛନ୍ତି।

ଓପନିଂ ପାଇଁ ଟକ୍କର

ଟିମରେ ଓପନିଂ ପାଇଁ ଦଳରେ ତିନି ଦମଦାର ଖେଳାଲି ରହିଛନ୍ତି। ସଞ୍ଜୁ ସାମସନ, ଅଭିଷେକ ଶର୍ମା ଏବଂ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଛି। ତିନି ଖେଳାଳି ସାମ୍ପ୍ରତିକ ଫର୍ମରେ ଦମଦାର ପ୍ରଦର୍ଶନ କରୁଥିବାରୁ, ଚୂଡ଼ାନ୍ତ ଏକାଦଶ ରେ କାହାକୁ ସୁଯୋଗ ମିଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Also Read: ପାହାଡ଼ରୁ ମିଳିଲେ, ବିନା ପାସପୋର୍ଟରେ ଲଣ୍ଡନ ଗଲେ ! ଡେବ୍ୟୁ ମ୍ୟାଚର୍ ୯ ଛକା ମାରିଲେ ପାକ୍ କ୍ରିକେଟର

ଶ୍ରେୟସ ଆୟରଙ୍କ ବଡ଼ ବୟାନ

ଟିମ୍ର ଓପନିଂ ସ୍ଲଟ୍ ସମ୍ପର୍କରେ କଥା ହୋଇ ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ଯେ, ଦଳରେ ଏଭଳି ପ୍ରତିଭାବାନ୍ ଖେଳାଳି ରହିବା ଖୁସିର ବିଷୟ ହୋଇଥିଲେ ବି ସ୍ଲଟ୍ ଗୋଟିଏ ଥିବାରୁ ଚୟନ କରିବା ବେଶ୍ କଷ୍ଟକର ହୋଇପଡ଼ିଛି। ସଞ୍ଜୁ ସାମସନ ନିଜର ଅଭିଜ୍ଞତା ଓ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ବେଶ୍ ଜଣାଶୁଣା। ୱୈଭବ ସୂର୍ଯ୍ୟବଂଶୀ ନିଜର ନିକଟତର ପ୍ରଦର୍ଶନ ଓ ବିସ୍ଫୋରକ ବ୍ୟାଟିଂ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ମ୍ୟାନେଜମେଣ୍ଟ ଉପରେ ସମସ୍ତଙ୍କ ନଜର

ଦଳର ସନ୍ତୁଳନ ବଜାୟ ରଖିବା ପାଇଁ କାହାକୁ ଓପନିଂ ଦାୟିତ୍ୱ ଦିଆଯିବ, ତାହା ଆଗାମୀ ମ୍ୟାଚ୍ର ରଣନୀତି ଉପରେ ନିର୍ଭର କରିବ। ଉଭୟ ଖେଳାଳି ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିବାର କ୍ଷମତା ରଖୁଥିବାରୁ ମ୍ୟାନେଜମେଣ୍ଟ କାହା ଉପରେ ଆସ୍ଥା ପ୍ରକଟ କରୁଛି, ତାହା ଦେଖିବାକୁ ବାକି ରହିଲା।

ଇଶାନ କିଷନ ଫିଟ୍

ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଆଶ୍ଵସ୍ତିକର ଖବର। ବିସ୍ଫୋରକ ଇନ ଫର୍ମର ବ୍ୟାଟର ଇଶାନ କିଷନ ରବିବାର ମ୍ୟାଚ୍ ପାଇଁ ସଂପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି। ଶୁକ୍ରବାର ନେଟ ପ୍ରାକ୍ଟିସ ସମୟରେ ତାଙ୍କ ପିଠିରେ ସାମାନ୍ୟ ଆଘାତ ଦେଖା ଦେଇଥିଲା। ସେ ପଡ଼ିଆ ଛାଡ଼ି ଚାଲିଯିବାରୁ ତାଙ୍କର ଆହତ ଏବଂ ଖେଳିବା ନେଇ ପ୍ରଶ୍ନ ଉଠିଥିଲା। ତେବେ ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରେୟସ ଆୟର କହିଛନ୍ତି ଯେ, ଇଶାନ ସଂପୂର୍ଣ୍ଣ ଫିଟ୍। ସେ ଦୁଲୀପ ଟ୍ରଫିରୁ ଲଗାତାର କ୍ରିକେଟ୍ ଖେଳି ଆସୁଛନ୍ତି। ଏଥିପାଇଁ କିଛିଟା ଥକି ପଡ଼ିଥିଲେ। ତାଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ପ୍ରଥମ ଟି-୨୦ ପାଇଁ ସେ ସଂପୂର୍ଣ୍ଣ ଫିଟ୍।