ନୂଆଦିଲ୍ଲୀ, ୧୨/୦୯ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଛନ୍ତି ପାକ୍ କ୍ରିକେଟର ରଜାଉଲ୍ଲାହ । ସେ ୯ଟି ଛକା ଲଗାଇ ୮୧ ରନ୍ କରିଥିଲେ । ଡେବ୍ୟୁ ମ୍ୟାଚରେ ସେ ଛକା ବର୍ଷା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିଜର ପ୍ରଥମ ଓଭରରେ ସେ ଜୋ ରୁଟଙ୍କୁ ଆଉଟ୍ ମଧ୍ୟ କରିଥିଲେ । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ତାଙ୍କୁ ସ୍ଥାନ ମିଳିନଥିଲା । ତୃତୀୟ ମ୍ୟାଚରେ କିନ୍ତୁ ଦଳରେ ପରିବର୍ତ୍ତନ କରାଯାଇଥିଲା ଏବଂ ଉଜାଉଲ୍ଲାହଙ୍କୁ ସୁଯୋଗ ମିଳିଥିଲା ।

ଯେତେବେଳେ ପାକିସ୍ତାନର ଖୈବର ଫଖତୁନଖ୍ୱା ଅଞ୍ଚଳରେ ଜନ୍ମିତ ରଜାଉଲ୍ଲାହଙ୍କ ଚୟନ କରାଯାଇଥିଲା ସେତେବେଳେ ଏକ ଖବର ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଦାବି ହୋଇଥିଲା ଯେ, ରଜାଉଲ୍ଲାଙ୍କ ସିଲେକ୍ସନ ବେଳେ ତାଙ୍କ ପାଖରେ ପାସପୋର୍ଟ ନଥିଲା । ପିସିବି ଖୁବ୍ କଷ୍ଟ କରି ତାଙ୍କୁ ଯୋଗାଯୋଗ କରିଥିଲା । ବିଭିନ୍ନ ପାହାଡ ବୁଲି ବୁଲି କୋଚ୍ ତାଙ୍କୁ ଖୋଜିଥିଲେ । ପରେ ତରବରିଆ ଭାବେ ପାସପୋର୍ଟ ତିଆରି କରାଯାଇଥିଲା । ଏହାସହ ସେ ଇଂଲଣ୍ଡ ଯାତ୍ରା କରିଥିଲେ ।

Also Read :- ଇସ୍ରାଏଲ ପକାଇଲା ସବୁଠୁ ଭୟଙ୍କର ବୋମା ! ଆସିଲା ଭୂମିକମ୍ପ, ଥରି ଉଠିଲା ମାଟି

ବମିଂହାମ୍ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ପରେ ରଜାଉଲ୍ଲାହଙ୍କୁ ଏ ବାବଦରେ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ ଯେ, ଏହା ଠିକ୍ ନୁହେଁ । ତାଙ୍କର ବର୍ଷେ ତଳେ ପାସପୋର୍ଟ ତିଆରି ହୋଇଥିଲା । ଏପରି ଖବର ଗୁଜବ ଏବଂମିଛ । ସପ୍ତାହେ ପୂର୍ବରୁ ସେ ଏହାକୁ ଜମା କରିଥିଲେ । ସେ ପ୍ରଥମ ଶ୍ରେଣୀରେ ଶତକ ଏବଂ ଅର୍ଧଶତକ ହାସଲ କରିଛନ୍ତି । ତେଣୁ ଅନ୍ତର୍ଜାତୀୟ ମୁକାବିଲାରେ ବି ଭଲ ଖେଳିବେ ବୋଲି ବିଶ୍ୱାସ ଥିଲା ବୋଲି ପାକ୍ ଯୁବ କ୍ରିକେଟର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ରଜାଉଲ୍ଲାଙ୍କ ବ୍ୟାଟିଂ ପାଇଁ ପାକିସ୍ତାନ ଇନିଂସ ପରାଜୟରୁ ବର୍ତ୍ତିଥିଲା । କିନ୍ତୁ ଦଳର ସ୍ଥିତି ଭଲ ନାହିଁ । ପ୍ରଥମ ପାଳିରେ ଇଂଲଣ୍ଡ ୩୩୦ ରନ ଆଗୁଆ ରହିଥିଲା । ରଜାଉଲ୍ଲାହ ୮୧ ରନର ପାଳି ଖେଳିବାକୁ ୬୩ ବଲର ସାମ୍ନା କରିଥିଲେ । ଫଳରେ ଦଳ ୪୪୯ ରନ୍ କରିପାରିଥିଲା । ଫଳରେ ଇଂଲଣ୍ଡକୁ ଜିତିବା ପାଇଁ ୧୩୦ ରନର ଟାର୍ଗେଟ୍ ମିଳିଛି ।