ଭଦ୍ରକ: ଦୀର୍ଘ ଦିନ ଧରି ପ୍ରେମ କଲେ, ଶେଷରେ ପ୍ରତାରଣା କଲେ। ଏମିତିକି ରାସ୍ତା ମଝିରେ ପ୍ରେମିକାଙ୍କୁ ନିସ୍ତୁକ ମାଡ ମାରିଲେ ପ୍ରେମିକଙ୍କ ସମ୍ପର୍କୀୟ। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରକ ଆରଡ଼ି ରାସ୍ତାର ଅସୁରାଳି ନିକଟରେ ରାସ୍ତା ଉପରେ ଜଣେ ଯୁବତୀଙ୍କୁ ଅନ୍ୟ କେତେକ ମହିଳା ଓ ପୁରୁଷ ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି। ସେହି ସମୟର ଭିଡିଓ ମଧ୍ୟ ଭାଇରାଲ ହେଉଛି।

ଧୁଷୁରୀ ଥାନାରେ ହୋଇଥିବା ଏତଲା ଅନୁଯାୟୀ କେଉଁଝର ଅଞ୍ଚଳର ଜଣେ ଯୁବତୀଙ୍କର ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନରେ ଜଣେ ଯୁବକଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ଏମିତି କି ସେମାନେ ସାଙ୍ଗରେ ରହୁଥିଲେ। କିନ୍ତୁ ତାଙ୍କ ଅଜାଣତରେ ଯୁବକଙ୍କ ବିବାହ ହୋଇଥିବା ନେଇ ଜାଣିବା ପାଇଁ ପାଇଥିଲେ । ଯୁବକ ଜଣକ ପ୍ରେମିକାକୁ ଦେଖା କରିବା ପାଇଁ ଅସୁରାଳିକୁ ଡକାଇଥିଲେ।

ଏହି ସମୟ ରେ ଯୁବକଙ୍କ ପରିବାର ଲୋକେ ପହଞ୍ଚି ବିଚ୍ ରାସ୍ତାରେ ପ୍ରେମିକାକୁ ନିସ୍ତୁକ ମାଡ ମାରିଥିଲେ । ସ୍ଥାନୀୟ ଲୋକେ ଘଟଣାକୁ ମୋବାଇଲରେ ରେକର୍ଡ କରିବା ବେଳେ କେତେକ ମହିଳା ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଛନ୍ତି। ପ୍ରେମିକା ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ପ୍ରେମ ସମ୍ପର୍କ ଓ ପ୍ରତାରଣାକୁ ନେଇ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ତଦନ୍ତ କରୁଛି।