ଢାକା,୦୬/୦୮: ବାଂଲାଦେଶ ପୁଣି ଥରେ ଅଶାନ୍ତ । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା ନିଜ ଦେଶକୁ ଫେରିବା ଖବର ପରେ ଏଠାରେ ହିଂସା ଦେଖାଦେଇଛି । ଗତ ଦୁଇ ବର୍ଷ ତଳେ ଦେଶରେ ଜେନ୍-ଜି ଆନ୍ଦୋଳନ ହସିନାଙ୍କୁ ଗାଦିଚ୍ୟୁତ କରିଥିଲା । ତେବେ ସେ ନିକଟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ବାଂଲା କ୍ରିକେଟର ଶାକିବ ଅଲ୍ ହସନ୍ ସାମିଲ ହୋଇଥିଲେ । ଯାହାକୁ ବିରୋଧ କରି ସକିବଙ୍କ ଘର ଉପରେ ଆକ୍ରମଣ କରାଯାଇଛି ।

ବୁଧବାର ନୂଆଦିଲ୍ଲୀସ୍ଥିତ ଦି ଫରେନ୍ କରେସପଣ୍ଡାଣ୍ଟ୍ କ୍ଲବ୍ ଅଫ୍ ସାଉଥ୍ ଏସିଆରେ ହସିନା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଠାରୁ ସେ ନିଜ ସମର୍ଥକଙ୍କୁ ବାର୍ତ୍ତା ଦେଇଥିଲେ । ସେ କହିଥିଲେ ଯେ, ଲୋକମାନେ ଗତ ଦୁଇବର୍ଷ ହେଲା ବହୁତ କଷ୍ଟ ସହିଛନ୍ତି । ସବୁଆଡେ ଭୟର ମାହୋଲ ଖେଳିଯାଇଛି । ଚଳିତବର୍ଷ ଡିସେମ୍ବରରେ ସେ ବାଂଲାଦେଶ ଫେରିବେ । ଏହାପରେ ସେ ନ ବଞ୍ଚିଲେ ବି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ।

ତେବେ ପ୍ରାୟ୨୫ମିନିଟ୍ ଧରି ସେ ସମ୍ବୋଧନ କରିଥିଲେ । ସୁରକ୍ଷା କାରଣରୁ କେବଳ ତାଙ୍କ ସ୍ୱର ଆସୁଥିଲା । କ୍ୟାମେରା ବନ୍ଦ ଥିଲା । ଏହାସହ ବାଂଲାଦେଶର ବର୍ତ୍ତମାନ ସରକାର ତାଙ୍କୁ ମିଛ କେସରେ ଫସାଉଛି ଏବଂ ତାଙ୍କୁ କୌଣସି ଦଣ୍ଡ ଡରାଇ ପାରିବ ନାହିଁ ବୋଲି ହସିନା ପ୍ରକାଶ କରିଥିଲେ ।

Also Read :- ଆଜିଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ...ରୁହନ୍ତୁ ସତର୍କ

ବାଂଲାଦେଶରେ ହିଂସା

ସେଖ୍ ହସିନାଙ୍କ ସମ୍ବୋଧନ ପରେ ବାଂଲାଦେଶ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ହସିନାଙ୍କୁ ସାମ୍ବାଦିକ ସମ୍ମିଳନୀ ପାଇଁ ଅନୁମତି ଦିଆଯାଇଛି । ଭାରତ ସରକାର ପୂର୍ବରୁ ହସିନାଙ୍କ କାର୍ଯ୍ଯକ୍ରମ ସହ ସମ୍ପର୍କ ନଥିବା କହିଥିଲେ । ଯାହାକୁ ନେଇ ବାଂଲାଦେଶ ସରକାର ଆପତ୍ତି ପ୍ରକାଶ କରିଛନ୍ତି ।

ଏବେ ବାଂଲାଦେଶ ପୁଣି ଅଶାନ୍ତ ହୋଇପଡିଛି । ହସିନାଙ୍କ ବିରୋଧୀମାନେ ପୋଡାଜଳା ଆମ୍ଭ କରିଦେଇଛନ୍ତି । ହସିନାଙ୍କ ସମର୍ଥକଙ୍କ ଘରକୁ ଟାର୍ଗେଟ୍ କରାଯାଉଛି । ଅନ୍ୟଦିଗରେ ହିଂସା ରୋକିବାକୁ ବାଂଲା ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।