ଭୁବନେଶ୍ୱର,୦୫/୦୮: ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

ବାଲେଶ୍ୱର,ଭଦ୍ରକ,ଯାଜପୁର,ସୁନ୍ଦରଗଡ଼,ଦେବଗଡ଼,ଅନୁଗୁଳ,ଢେଙ୍କାନାଳ,ନୂଆପଡ଼ା,କଳାହାଣ୍ଡି,କନ୍ଧମାଳ,ନବରଙ୍ଗପୁର,ରାୟଗଡ଼ା,କୋରାପୁଟ,ମାଲକାନଗିରି,ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ।

Also Read :- ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତାଙ୍କୁ ଛୁରାମାଡ଼, ହତ୍ୟା ପରେ ଫେରାର ମାରିଲେ ଦୁର୍ବୃତ୍ତ

୭ ତାରିଖରେ ବାଲେଶ୍ଵର,ଭଦ୍ରକ,ସୁନ୍ଦରଗଡ଼,ଝାରସୁଗୁଡ଼ା,କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ୮,୯ ଓ ୧୦ ତାରିଖରେ ବି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ୨୪ ଘଣ୍ଟାରେ ତାଳଚେରରେ ୮oମିମି ବର୍ଷା ରେକର୍ଡ ହୋଇଛି। ରାଉରକେଲାରେ ୫୯,ଅନୁଗୁଳରେ ୫୧ମିମି,ଭଦ୍ରକରେ ୪୭.୮,ସୁନ୍ଦରଗଡ଼ରେ ୪୩,ଟିଟିଲାଗଡ଼ରେ ୩୫,ଝାରସୁଗୁଡ଼ାରେ ୨୮.୧,ଦେବଗଡ଼ରେ ୨୬.୪,ଭୁବନେଶ୍ଵରରେ ୧୮.୪,ଦାରିଙ୍ଗବାଡ଼ିରେ ୧୪ ମିମି ବର୍ଷା ରେକର୍ଡ ହୋଇଛି। ବୁଧବାର ସନ୍ଧ୍ୟା ଭିତରେ ସୁନ୍ଦରଗଡ଼ରେ ୨୩.୮ବଲାଙ୍ଗୀରରେ ୧୭.୩ମିମି ବର୍ଷା ହୋଇଛି।