ନୂଆଦିଲ୍ଲୀ, ୧୧।୧୧ :ଗୋଟିଏ ଦିଗରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ଅଯୋଧ୍ୟା ଯିବାକୁ ମନସ୍ଥ କରିଛନ୍ତି । ଏହାକୁ ନେଇ ବିଜେପି କାଉଣ୍ଟର କରିଛି । ଏହାମଧ୍ୟରେ ଟିଏମସି ସାଂସଦ କୀର୍ତ୍ତି ଆଜାଦ ବିବାଦୀୟ ବୟାନ ଦେଇଛନ୍ତି ।

କୀର୍ତ୍ତି ଭଗବାନ ରାମ ଏବଂ ସୀତାଙ୍କୁ ନେଇ କହିଛନ୍ତି ଯେ, ସେ କେବେହେଲେ ରାମ ମନ୍ଦିର ଯିବେ ନାହିଁ । କାରଣ ରାମ ସୀତାଙ୍କୁ ଛାଡି ଦେଇଥିଲେ । ଏପରିକି ଅଗ୍ନିପରୀକ୍ଷା ପରେ ବି ତ୍ୟାଗ କରିଥିଲେ । ଏପରିକି ୩୩ କୋଟି ଦେବାଦେବୀଙ୍କ ମଧ୍ୟରେ କଣ ରାମ ହିଁ ଏକମାତ୍ର ଭଗବାନ କି ବୋଲି ସେ ପଚାରିଛନ୍ତି । ଯିଏ ସୀତାଙ୍କୁ ଘରୁ ବାହାର କରିଦେଇଥିଲେ ସେ କେବେ ହେଲେ ତାଙ୍କ ଦର୍ଶନ କରିବେନି ବୋଲି କୀର୍ତ୍ତି କହିଛନ୍ତି ।

Also Read :- ପବନ କଲ୍ୟାଣ-ଆନାଙ୍କ ବିଚ୍ଛେଦ ଖବର ପରେ ଏକ୍ସ ୱାଇଫ ରେଣୁଙ୍କ କ୍ରିପ୍ଟିକ ପୋଷ୍ଟ ଭାଇରଲ , କହିଲେ 'ଟିକେ ଦୟା କର..'

କୀର୍ତ୍ତି ନିଜକୁ ମିଥିଲା ସହ ଜଡିତ ଥିବା କହି ପ୍ରକାଶ କରିଛନ୍ତି ଯେ, ସୀତା ମିଥିଲାର ଝିଅ ଥିଲେ । ସେ ସମସ୍ତଙ୍କ ପାଇଁ ମାଁ ସମ୍ମାନ ଅଟନ୍ତି । ସେ ନିଜେ ମା ସୀତାଙ୍କ ଜନ୍ମଭୂମିରୁ ଆସିଛନ୍ତି । ସୀତା ତାଙ୍କର ମା ଅଟନ୍ତି । ମିଥିଲାର ପ୍ରତି ବ୍ୟକ୍ତିଙ୍କର ସେ ଜନନୀ ବୋଲି କୀର୍ତ୍ତି କହିଛନ୍ତି ।

ଆହୁରି ମଧ୍ୟ ରାମଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଅଗ୍ନିପରୀକ୍ଷା ପରେ ବି ମାତା ସୀତା ଏବଂ ଦୁଇ ଛୋଟ ଶିଶୁଙ୍କୁ ଘରୁ ବାହାର କରାଯାଇଥିଲା । ଏହା କିପରି ମର୍ଯ୍ୟାଦା ବୋଲି ସେ ପଚାରିଛନ୍ତି । ସେ କାମାକ୍ଷା ଯାଆନ୍ତି, ମା କାଳୀଙ୍କୁ ପୂଜା କରନ୍ତି । ତାଙ୍କ ବାପା ମଧ୍ୟ ଦୂର୍ଗାଙ୍କ ଭକ୍ତ ଥିଲେ ବୋଲି କୀର୍ତ୍ତି ପ୍ରକାଶ କରିଛନ୍ତି ।