ଗୌହାଟୀ, ୧୧।୧୧ : ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ଆସାମରେ ବୁଧବାର ସକାଳେ ଏକ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛି । ଗୌହାଟୀ ନିକଟବର୍ତ୍ତୀ ଡିଙ୍ଗାରୁ ଅଞ୍ଚଳରେ କୋଲକାତା-ସେରାଙ୍ଗ୍ ଏକ୍ସପ୍ରେସର ସାତୋଟି ବଗି ଲାଇନଚ୍ୟୁଚ ହୋଇଛି । ଏଥିରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାଁନ୍ତି । କିଛି ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ରିପୋର୍ଟ ଅନୁସାରେ, ଟ୍ରେନ୍ ନମ୍ବର ୧୩୧୨୫ କୋଲକାତା-ସେରାଙ୍ଗ ଏକ୍ସପ୍ରେସ୍ ବୁଧବାର ସକାଳ ୬ଟା ୫୪ରେ ଡିଙ୍ଗାରୁ ଷ୍ଟେସନ୍ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଅନ୍ୟ ଏକ ଟ୍ରେନକୁ ରାସ୍ତା ଦେବା ପାଇଁ ଏକ୍ସପ୍ରେସଟି ଷ୍ଟେସନ ଯାଉଥିଲା । କିନ୍ତୁ ଟ୍ରେନର ଗତି ନିୟନ୍ତ୍ରଣ ହୋଇ ପାରିନଥିଲା । ଫଳରେ ଏହାର ୭ଟି ବଗି ଧାରଣାରୁ ବାହାରି ଯାଇଥିଲା ।

Also Read :- ହର୍ମୋଜ ପୁଣି ଅଶାନ୍ତ : ଇରାନର ବାରୁଦ ସୁଡଙ୍ଗରେ ଫସିଗଲେ ତିନି ଟ୍ୟାଙ୍କର, ବିସ୍ଫୋରଣ ପରେ ଲାଗିଗଲା ନିଆଁ

ଅଘଟଣ ପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ ପକ୍ଷରୁ କୁହାଯାଇଛି । କେହି ହେଲେ ଆହତ ହୋଇନାହାଁନ୍ତି । ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଁଚାଇବା ପାଇଁ ଅନ୍ୟ ଟ୍ରେନର ବ୍ୟବସ୍ଥା କରାଯାଉଥିବା ଜଣା ପଡିଛି ।