ଶନି ସାଢ଼େସାତୀ: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ସବୁଠାରୁ ପ୍ରଭାବଶାଳୀ ଗ୍ରହ ଭାବେ ଗଣନା କରାଯାଏ । ବ୍ୟକ୍ତିର ଜୀବନରେ ଏହି ଗ୍ରହର ଶୁଭ ଓ ଅଶୁଭ ଦୁଇ ପ୍ରକାରର ପରିଣାମ ଦେଖିବାକୁ ମିଳିଥାଏ । ତେବେ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢ଼େସାତୀ, ଢେୟା ଏବଂ ଶନିଙ୍କ ଅଶୁଭ ଦୃଷ୍ଟିକୁ ଅତ୍ୟନ୍ତ କଷ୍ଟଦାୟକ ବୋଲି ବିବେଚନା କରାଯାଏ ।

ବର୍ତ୍ତମାନ ଶନିଦେବ ମୀନ ରାଶିରେ ବିରାଜମାନ ଅଛନ୍ତି । ୨୦୨୬ ମସିହା ଶେଷ ପର୍ଯ୍ୟନ୍ତ ସେ ଏହି ରାଶିରେ ହିଁ ରହିବେ । ଏହି ସମୟରେ କିଛି ନିର୍ଦ୍ଦିଷ୍ଟ ରାଶି ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ ରହିବ । ବିଶ୍ୱାସ କରାଯାଏ ଯେ ସାଢ଼େସାତୀ ସମୟରେ ବ୍ୟକ୍ତିଙ୍କୁ ମାନସିକ ଚିନ୍ତା, ଆର୍ଥିକ ଅସ୍ଥିରତା, କାର୍ଯ୍ୟରେ ବାଧାବିଘ୍ନ ଏବଂ ଅନେକ ପ୍ରକାରର ଆହ୍ୱାନର ସାମ୍ନା କରିବାକୁ ପଡ଼ିପାରେ । ୨୦୨୬ ବର୍ଷର ବାକି ଥିବା ୬ ମାସ ମଧ୍ୟରେ ଏହି ରାଶିର ବ୍ୟକ୍ତିମାନଙ୍କୁ ବିଶେଷ ସତର୍କତା ଓ ଧୈର୍ଯ୍ୟର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦିଆଯାଉଛି ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଆସନ୍ତା ସମୟରେ ଅତ୍ୟନ୍ତ ଧୈର୍ଯ୍ୟ ସହ କାମ କରିବାକୁ ପଡ଼ିବ । ଯେକୌଣସି କାର୍ଯ୍ୟରେ ସାମାନ୍ୟ ଅବହେଳା ଆପଣଙ୍କୁ ମହଙ୍ଗା ପଡ଼ିପାରେ । କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ପରିବାର ଲୋକଙ୍କ ସହ ଭଲଭାବେ ଆଲୋଚନା ଓ ପରାମର୍ଶ କରନ୍ତୁ । ଆର୍ଥିକ ଲାଭ ପାଇଁ ଧୈର୍ଯ୍ୟ ରଖନ୍ତୁ । ବ୍ୟବସାୟ ଓ କାରବାରରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ ଏବଂ ଅଯଥା ବାଦବିବାଦଠାରୁ ଦୂରେଇ ରୁହନ୍ତୁ ।

ପ୍ରତିକାର: ଶନିଦେବଙ୍କୁ ସୋରିଷ ତେଲ ଚଢ଼ାଇବା ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କୁ ପାର୍ଟନରଶିପ୍ ବ୍ୟବସାୟରେ ବିଶେଷ ସତର୍କ ରହିବାକୁ ହେବ । ନୂଆ କାମ ଆରମ୍ଭ କରିବାରେ ତରତର କରନ୍ତୁ ନାହିଁ, ଏହା କ୍ଷତିକାରକ ହୋଇପାରେ । ସହଜରେ ବିଶ୍ୱାସ କଲେ ଧୋକା ପାଇପାରନ୍ତି । କୋର୍ଟ-କଚେରୀ ମାମଲା ଆଗକୁ ବଢ଼ିପାରେ । ଘର ହେଉ କିମ୍ବା ବାହାରେ, ନିଜ କଥାବାର୍ତ୍ତା ଏବଂ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ଆର୍ଥିକ କାରବାର ଏବଂ ନିବେଶ ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ ।

ପ୍ରତିକାର: କଳା ରଙ୍ଗର ଜିନିଷ ଦାନ କରିବା ଦ୍ୱାରା ଅଶୁଭ ପ୍ରଭାବ ହ୍ରାସ ପାଇବ ।

ମୀନ ରାଶି

ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ କିଛି ଜଟିଳ ଆହ୍ୱାନ ନେଇ ଆସିପାରେ । ବ୍ୟବସାୟର ବୃଦ୍ଧି କରିବା ସମୟରେ କିଛି ସମସ୍ୟା ଓ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ଖର୍ଚ୍ଚ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ସକାରାତ୍ମକ ଚିନ୍ତାଧାରା ରଖି ଆଗକୁ ବଢ଼ିଲେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ । ଚାକିରି କ୍ଷେତ୍ରରେ ସଫଳତା ପାଇଁ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ ଓ ପ୍ରୟାସ କରିବାକୁ ପଡ଼ିବ ।

ପ୍ରତିକାର: ଶନିଦେବଙ୍କୁ କଳା ରାଶି ଅର୍ପଣ କରନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)