ଜଳେଶ୍ବର ୨୧।୯: ଟ୍ରେନ୍ରେ କଟିଗଲେ ଦୁଇ ମହିଳା । ରେଳ ଧାରଣା ପାରି ହେଉଥିଲା ବେଳେ ଚଢି ଗଲା ଶାଲିମାର ଏକ୍ସପ୍ରେସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ରେଳ ଷ୍ଟେସନ ନିକଟରେ ।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବାଉଁଶତୋଫା ଗାଁର ରୁକଚାନ୍ଦ ମାରାଣ୍ଡି ଏବଂ ତାଙ୍କ ନଣନ୍ଦ ଉଭୟେ ସୋମବାର ସକାଳ ସମୟରେ ବସ୍ତା ବଜାରକୁ ଆସିଥିଲେ । ଘରକୁ ଫେରିବା ପାଇଁ ଅସାବଧାନତା ବଶତ ରେଳ ଧାରଣା ପାର ହେଉଥିବା ବେଳେ ଦୁଇ ମହିଳାଙ୍କ ଉପରେ ହାଓ୍ବାଡ଼ା ଯାଉଥିବା ସାଲିମାର ଏକ୍ସପ୍ରେସ୍ ଚଢି ଯାଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Also Read:- ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ ଶାବକ, ବିଶେଷଜ୍ଞଙ୍କ ପରାମର୍ଶରେ ବଦଳିଲା ଖାଦ୍ୟ